ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର ରୁ ୧୦୭ ୟୁନିଟ ରକ୍ତ ସଂଗୃହୀତ

1. ପ୍ରଥମ ରକ୍ତ ଦାନ ଶିବିର ରୁ ୫୪ୟୁନିଟ ରକ୍ତ

2. ଦ୍ଵିତୀୟ ରକ୍ତ ଦାନ ଶିବିର ରୁ ୫୩ୟୁନିଟ୍ ରକ୍ତ ସଂଗ୍ରହ

୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ସାଧାରଣ ତନ୍ତ୍ର ଦିବସ ଓ ପବିତ୍ର ସରସ୍ଵତୀ ପୂଜା ଅବସରରେ ସକାଳ ୯ଟାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ଼ ବ୍ଲକ ଅନ୍ତର୍ଗତ ସାହୁ ଟିକ୍ରା, ତୋରା ଠାରେ ନିଷ୍ଠା ପରିବାର ଓ ସାହୁ ଟିକ୍ରା ଗ୍ରାମବାସୀ ଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସଦର ଥାନା ଅଧିକାରୀ ଶ୍ରୀମତୀ ସ୍ଵପ୍ନା ରାଣୀ ଗୋଚ୍ଛାୟତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ । ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୫୪ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ନିଷ୍ଠା ପରିବାର ର ଟିମ୍ ସାହୁ ଟିକ୍ରା ଶିବିର କୁ ପରିଚାଳନା  କରିଥିଲେ ।

– ଦ୍ଵିତୀୟ ରକ୍ତ ଦାନ ଶିବିର ରୁ ୫୩ୟୁନିଟ୍ ରକ୍ତ ସଂଗ୍ରହ

ଭେଡେନ : ରେଶମ ପଞ୍ଚାୟତ ଅନ୍ତର୍ଗତ ସାହ୍ଲେପାଲି ଗ୍ରାମ, ବରଗଡ଼ ଠାରେ ସାହ୍ଲେପାଲି ୟୁଥ ଏସୋସିଏସନ୍ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଶ୍ରୀମତୀ ସଞ୍ଜୁଲତା ବାରିକ, ସମିତି ସଭ୍ୟା ଗାୟତ୍ରୀ ପଣ୍ଡା ଯୋଗ ଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ ।ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୫୩ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଉଭୟ ରକ୍ତ ଦାନ ଶିବିର ରୁ ସର୍ବମୋଟ୍ ୧୦୭ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସାହ୍ଲେପାଲି ୟୁଥ ଏସୋସିଏସନ୍ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ଶିବିରକୁ ପରିଚାଳନା କରିଥିଲେ ।

Exit mobile version