ମାରୱାଡ଼ି ୟୁବାମଞ୍ଚ ସିଟି ଶାଖା ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ

୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :- ଜଟଣୀ ମାରୱାଡି ୟୁବା ମଞ୍ଚ ସିଟି ଶାଖା ପକ୍ଷରୁ ୭୪ ତମ ଗଣତନ୍ତ୍ର ଦିବସ ସମାରୋହ ସହକାରେ ପାଳିତ ହୋଇଯାଇଛି.ଏଥିରେ ମାରୱାଡି ୟୁବାମଞ୍ଚ ସିଟି ଶାଖା ର ସଭାପତି ସତୀଶ ଶର୍ମା ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ । ଏଥିରେ ମଞ୍ଚର ମୁକେଶ ଅଗ୍ରୱାଲ,ଅଜୟ ଶର୍ମା,ରିଙ୍କୁ ଅଗ୍ରୱାଲ,ଗୋବିନ୍ଦ ଶୋନି,କିସନ୍ ୟାଦବ,ଆଶିଷ ଅଗ୍ରୱାଲ ଏବଂ ବିଯିତ୍ ତୁଲସିଆନ ପ୍ରମୁଖ ଶତାଧିକ ଯୁବକ ମାନେ ଯୋଗଦେଇ ଆଜିର ଦିନର ବିଶେଷତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଗଣତନ୍ତ୍ର ସେନାନୀଙ୍କ ଦେଶବାସୀଙ୍କୁ ଅବଦାନର ଭୂୟସୀ ପ୍ରଶଂସା କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Exit mobile version