
୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ, ଗଜପତି :- ଜାନୁୟାରି 25 ତାରିଖ ରାଷ୍ଟ୍ରୀୟ ମତଦାତା ଦିବସ ଅବସରରେ ରାୟଗଡ଼ ବ୍ଳକ୍ ସ୍ଥିତ ସଦଦ୍ଭାବନା ଗୃହ ଠାରେ 13ଶ ରାଷ୍ଟ୍ରୀୟ ମତଦାତା ଦିବସ ପାଳିନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ABDO ପିତାମ୍ବର ବେହେରା ,ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା ଜେନା, ଭାରପ୍ରାପ୍ତ GPO ସେନାପତି ଶବର,BPM ଲତିକା ଦେବୀ, ପେଶା ସଂଯୋଜକ ଶ୍ରୀଧର ଦାସ ଓ ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶଶିକାନ୍ତ ମହାପାତ୍ର ପ୍ରମୁଖ ମଞ୍ଚାଷିନ ଥିଲେ । ଭାରତ ଏକ ସର୍ବ ବୃହତ ଗଣତାନ୍ତ୍ରିକ ଦେଶ, ଏଠାରେ ମତଦାନ କରିବା ପ୍ରତି ନାଗରିକ ମାନଙ୍କ ଏକ ମୌଳିକ ଅଧିକାର ଅଟେ । ମତଦାତାଙ୍କ ମତଦାନ ରେ ଜଣେ ନିର୍ବାଚିତ ହୋଇଥାଏ । ୱାର୍ଡ଼ ସଭ୍ୟ ଠାରୁ ରାଷ୍ଟ୍ରପତି ଯାଏଁ ଏଠାରେ ମତ ଦାନ ଦ୍ଵାରା ନିର୍ବାଚିତ ହୋଇଥାନ୍ତି । ମତଦାନକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ମତଦାନ କରିଲେ ଦେଶ ର ଉନ୍ନତି ଘଟିବ ବୋଲି ଓ ମତଦାନ ସମୟରେ ସମସ୍ତେ ମତଦାନ ନିହାତି କରିବା ପାଇଁ ମଞ୍ଚଷିନ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଆଜିର କାର୍ଯ୍ୟକ୍ରମ ଦିବସ ସକାଶେ ପୂର୍ବରୁ ପର୍ଶୁରାମ ଗୁରୁକୁଳ କଲେଜ ଠାରେ ରଚନା ଲିଖନ ଓ ବକୃତା ପ୍ରତିଯୋଗୀତା ହୋଇଥିଲା । ସେଥିରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଏଠାରେ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀଧର ଦାସ ପରିଚାଳନା କରିଥିଲେ ।

