ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ କଲେଜରେ ଭୋଟର ସଂକଳ୍ପ ଦିବସ ପାଳିତ

୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଆଜି ୧୩ତମ ଭୋଟର ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂକଳ୍ପ ଉତ୍ସବକୁ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ ସଂଚାଳନା କରିଥିଲେ । ଅତିଥିଭାବେ ବରିଷ୍ଠ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ସୁମିତ୍ରା ରାଉତ, ସୁଚିସ୍ମିତା ବେହେରା, ଅଧ୍ୟାପକ ଅରୁଣକୁମାର ମିଶ୍ର, ସନ୍ତୋଷକୁମାର ଜେନା, ପଦ୍ମଭୂଷଣ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସଂଚଳାକ ଅଧ୍ୟାପକ ଶ୍ରୀ ରାଉତ ଉପସ୍ଥିତ ଅଧ୍ୟାପକ/ଅଧ୍ୟାପିକା ଓ ନୂତନଭାବେ ନାଗରିକତ୍ୱ ଲାଭକରିଥି +୩ଛାତ୍ରୀମାନଙ୍କୁ ‘ଆମେ ଭାରତୀୟ ନାଗରିକ ବୃନ୍ଦ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥାରଖି ଏହି ଶପଥ ନେଉଛୁକି ଆମେ ନିଜଦେଶର ଗଣତାନ୍ତ୍ରୀକ ପରମ୍ପରା ମର୍ଯ୍ୟଦା ବଜାୟ ରଖିବା ସହ ମୁକ୍ତ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୂର୍ଣ୍ଣରଖି,ନିର୍ଭିକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାରର ସବ୍ୟସ୍ତ କରିବା ନିମନ୍ତେ ଶପଥ କରାଇଥିଲେ । ଶେଷରେ ଅଧ୍ୟାପକ ମଳୟକୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version