Home ଓଡ଼ିଶା ମନୋଜ ଶର୍ମା, ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ୧୯୮୫ ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ)ର ଅଧିକାରୀ ଶ୍ରୀ ମନୋଜ ଶର୍ମା ମହାପ୍ରବନ୍ଧକ ଭାବରେ ପୂର୍ବତଟ ରେଳପଥରେ ଯୋଗ ଦେଇଛନ୍ତି | ଏହା ପୂର୍ବରୁ ଶ୍ରୀ ଶର୍ମା ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇ (ସେଣ୍ଟ୍ରାଲ ରେଲୱେ)ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ।ସେ ପଶ୍ଚିମ ରେଳବାଇରେ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ) ରତଲାମ, ଉତ୍ତର ରେଳବାଇରେ ମୁଖ୍ୟ ଇଞ୍ଜିନିୟର,ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଇ) ଦିଲ୍ଲୀରେ ମୁଖ୍ୟ ଜେନେରାଲ ମ୍ୟାନେଜର,ଏବଂ ଲଖନଉ ରେ ଅନୁସନ୍ଧାନ ଡିଜାଇନ୍ ଏବଂ ମାନକ ସଂଗଠନରେ ଯୁଗ୍ମ ନିର୍ଦ୍ଦେଶକ (ଆର୍.ଡି.ଏସ.ଓ) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ | ଶ୍ରୀ ଶର୍ମା ୧୯୮୭ ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି । ସେ ରୁରକି ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ଆଇ ଆଇ ଟି ଦିଲ୍ଲୀରୁ ଏମ ଟେକ କରିଛନ୍ତି।ପ୍ରୋଜେକ୍ଟ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁଳ ଅଭିଜ୍ଞତା ରହିଛି | ସେ ବିଭିନ୍ନ ମନ୍ତ୍ରଣାଳୟରେ,ଯେପରିକି ଆର୍ ଡି ଏସ ଓ,ଲଖନଉ, ଏନ.ଏଚ.ଏ.ଆଇ ଇତ୍ୟାଦି ଭଳି ବିଭିନ୍ନ ସରକାରୀ କ୍ଷେତ୍ରରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିଛନ୍ତି | ଶ୍ରୀ ଶର୍ମା ଅତ୍ୟନ୍ତ ପ୍ରତିବଦ୍ଧ ଏବଂ ନିଷ୍ଠାପର ଅଧିକାରୀ ଏବଂ ତାଙ୍କର ଭାରତୀୟ ରେଳବାଇର କାର୍ଯ୍ୟ କାରିତା ଉପରେ ଉଜ୍ଜ୍ୱଳ ଜ୍ଞାନ ଏବଂ କାର୍ଯ୍ୟ ଦକ୍ଷତା ରହିଛି, ସକ୍ରିୟ ଆଭିମୁଖ୍ୟ ଏବଂ ସମସ୍ୟା ସମାଧାନ କୌଶଳ ରହିଛି,ସର୍ବଦା ଅତିରିକ୍ତ ଦାୟିତ୍ଵ ବହନ କରିବାରେ ତତ୍ପର ରହିଥାନ୍ତି ।ପ୍ରତ୍ୟେକ କାର୍ଯ୍ୟକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଶ୍ରୀ ଶର୍ମା ସର୍ବଦା ଭାରତୀୟ ରେଳବାଇର ଲକ୍ଷ୍ୟଧାର୍ଯ୍ୟ ପୂରଣ କରିବାରେ ଚେଷ୍ଟା କରିଥାନ୍ତି | ଆଇ.ଆଇ.ଟି,ଦିଲ୍ଲୀରୁ ଏମ ଟେକ୍ ବ୍ୟତୀତ,ଶ୍ରୀ ଶର୍ମା ବିଭିନ୍ନ ସରକାରୀ ସଂସ୍ଥାରେ ଏବଂ ମନ୍ତ୍ରଣାଳୟରେ ଭିନ୍ନ ଭିନ୍ନ କ୍ଷମତାରେ କାର୍ଯ୍ୟ କରୁଥିବାବେଳେ ବହୁ ବର୍ଷ ଧରି ସେହି ସବୁ କାର୍ଯ୍ୟ ଶୈଳୀର ଦକ୍ଷତା ଏବଂ ଅଭିଜ୍ଞତାକୁ ଏକାଠି କରିବାରେ ସଫଳ ହେଇଛନ୍ତି | ଏତଦ ବ୍ୟତୀତ ଶ୍ରୀ ଶର୍ମା ୨୦୧୧ ମସିହାରେ ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନରୁ ମଧ୍ଯ ତାଙ୍କର ପାଠ୍ୟକ୍ରମ ସମ୍ପୂର୍ଣ କରିଛନ୍ତି । ତାଙ୍କର ଯୋଗଦାନକୁ ଇଷ୍ଟକୋଷ୍ଟ ରେଲୱେ ଅଧିକାରୀ ଓ କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026