୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଘସିଏନ ନିକଟସ୍ଥ ଗଣ୍ଡାମେଲ ଛକ ଠାରେ ଥିବା ପଦ୍ମାଦେବୀ ପବ୍ଲିକ ସ୍କୁଲ ର ୫ମ ବାର୍ଷିକ ଉତ୍ସବ ସନ୍ଧ୍ୟା ସମୟ ରେ ପାଳିତ ହୋଇ ଯାଇଛି l ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ,ଭାବରେ ଯୋଗ ଦେଇ ଥିବା ବେଳେ ,ଗୋଷ୍ଠି ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ମୂଖ୍ୟ ବକ୍ତା , ବରିଷ୍ଠ ଆଇନଜିବୀ ଦର୍ପଗଞ୍ଜନ ପଟ୍ଟନାୟକ ସ୍କୁଲ ଅଧ୍ୟକ୍ଷ କଲେବ ସୁନା ,ନିତୁଶ୍ରୀ ମେହେର ,
ଦିଲ୍ଲିପ ଚାନ୍ଦ ଅଗ୍ରୱ।ଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୂଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ଗ୍ରାମାଞ୍ଚଳ ରେ ଏପରି ଏକ ଇଂଲିଶ ମିଡ଼ିୟମ ସ୍କୁଲ ଆଇନଜିବୀ ଶ୍ର ପଟ୍ଟନାୟକ ଓ ଶ୍ରୀ ଅଗ୍ରୱାଲ ଙ୍କ ପ୍ରଚେଷ୍ଟା ହୋଇଥିବା ରୁ ତାଙ୍କୁ ଧନ୍ୟବାଦ ଦେବା ସହ ସ୍କୁଲ ର ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କର ଉନ୍ନତି କାମନା କରିଥିଲେ l ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ପରେ ସ୍କୁଲ ର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ସ୍କୁଲ ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ସମେତ ଅଭିଭାବକ ମାନେ ଉପସ୍ଥିତ ଥିଲେ ।
