୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଆର,ଉଦୟଗିରି ବ୍ଳକକୁ ଗ୍ରସ୍ତରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗ୍ରସ୍ତରେ ଆସି ରାମଗିରି ଗ୍ରାମର ମା କୁରେଇଶୁଣୀ ମନ୍ଦିରର ଭିତିଭୂମି ତଥା ତାର ଭ୍ୟୌଗଳିକ ସ୍ଥିତି ସମ୍ପର୍କରେ ଅଞ୍ଚଳର ଜନପ୍ରତିନିଧି ଏବଂ ଗ୍ରାମବାସୀ ସହ ଆଲୋଚନା କରିବା ସହ ସମୀକ୍ଷା କହିଥିଲେ । ଏହାପରେ ଛେଳିଗଡ ପ୍ରକଳ୍ପ ଅଞ୍ଚଳର କୁଆଁପଡା ଗ୍ରାମ ଠାରେ ସନାତନ ଧର୍ମର ଏକ ଭବ୍ୟ ମନ୍ଦିରର ଭୂମି ପୂଜନ ଆବସରରେ ଜୀଲ୍ଲାପାଳ ଶ୍ରୀ ପଣ୍ଡା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।
ଶେଷରେ ଆର,ଉଦୟଗିରି ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତୀ ମାନଙ୍କୁ ନେଇ ବିଭାଗ ଦ୍ବାରା ଚାଲିଥିବା କାମ ଗୁଡିକର ସମୀକ୍ଷା କରିବା ସହ ଚାଲି କାମ ଗୁଡିକୁ ତୁରନ୍ତ ସରେଇବାକୁ ନିର୍ଦେଶ ଦେଇଥିଲେ । କିଛି ଦିନତଳେ ବିଭିନ୍ନ କାମ ଗୁଡିକର ଅନିୟମିତା କାର୍ଯ୍ୟଳୟରେ ନରହୁବା ନେଇ ବିଭିନ୍ନ ଖବର କାଗଜ ପ୍ରକାଶ ହୋଇଥିବା ଖବରକୁ ନେଇ ତାଗିଦ୍ କରିବା ସହ ହେଉଥିବା କାମ ଗୁଡିକୁ ଠିକ୍ ଭାବେ କରିବାକୁ କହିଥିଲେ ଓ ଅଫିସ ରହିବା କହିଥିଲେ । ତାଙ୍କସହ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀ ନାରାୟଣ ଶବର, ବିଡିଓ ଲରିମନ ଖର୍ସେଲ , ଛେଳିଗଡ ଜଳସେଚନ ପ୍ରକଳ୍ପର ପୂର୍ବତନ ଅଧିକ୍ଷଣ ଯନ୍ତୀ ଇଂ ନଗେନ୍ଦ୍ର ନାଥ ମାହାରଣ ଏବଂ ବ୍ଲକର ଅଧିକାରୀ ପ୍ରମୁଖ ଉପସ୍ଥତ ଥିଲେ ।
