ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ମୁହଁ ଘୋଷଣା ନକଲେ ଜିତିପାରିବ ନାହିଁ – ଶିଶିର ଗମାଙ୍ଗ

ଛାଡିଥିଲେ କଂଗ୍ରେସ ଧରିଥିଲେ ବିଜେପି ଏବେ ବି.ଆର.ଏସ ର ମଙ୍ଗ ଧରିଲେଣି ଗିରିଧାରୀ ଗମାଙ୍ଗ । ନିଜ ସ୍ୱାର୍ଥ ପାଇଁ ସବୁ ଦଳ କୁ ପକାଇବେ ବଳି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଙ୍କୁ ବିଜେପି ତାଙ୍କୁ କରିଛି ଅଣଦେଖା : ବିଜେପିକୁ କଲେ ବାଏ ବାଏ – ଧରିବେ ବି.ଆର.ଏସ ମଙ୍ଗ ।

ବିଜେପି ଛାଡ଼ିଥିବା କଥା ସ୍ପଷ୍ଟ କରିଛନ୍ତି ପୁତ୍ର ଶିଶିର ଗମାଙ୍ଗଙ୍କ ଉପସ୍ଥିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ।

୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଙ୍କର ସବୁ କଳ୍ପନା-ଜଳ୍ପନାର ଅନ୍ତ ଘଟିଛି । ଶେଷରେ ରାଜନୀତିର ଦୋଛକିରେ ଥିବା ଗମାଙ୍ଗ ବାପା-ପୁଅ ବିଜେପିକୁ ବାଏ ବାଏ କରି ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଯାହା ଜଣାପଡୁଛି ଉଭୟ ଏଇ ନିକଟରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଯୋଗଦେବେ ।

ବୁଧବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ଛାଡ଼ିଥିବା କଥା ସ୍ପଷ୍ଟ କରିଛନ୍ତି ପୁତ୍ର ଶିଶିର ଗମାଙ୍ଗଙ୍କ ଉପସ୍ଥିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । ‘ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ମୁହଁ ଘୋଷଣା ନକଲେ ଜିତିପାରିବ ନାହିଁ’- ଶିଶିର ଗମାଙ୍ଗସେ କହିଛନ୍ତି ଯେ, ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା । ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କ ଇଙ୍ଗିତ ରେ ଏପରି ହେଉଥିଲା ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ମୁଁ ଇସ୍ତଫା ଦେଇଛି । ମୋ ପୁଅ ଶିଶିର ବି ଦଳ ଛାଡ଼ିଛି ।

ଇସ୍ତଫା ପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ପଠାଇ ଦେଇଛୁ ଓ କେବେ ବିଆରଏସ ଦାୟିତ୍ୱ ନେବେ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଗମାଙ୍ଗ କହିଛନ୍ତି ଯେ, ସମୟ ଆସିଲେ ସୂଚନା ଦେବି ।

 

Exit mobile version