ମହେନ୍ଦ୍ରତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର

୨୪ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମଙ୍ଗଳବାର ଆର.ଉଦୟଗିରି ମହେନ୍ଦ୍ରତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଭାରତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ ଶିବିରରେ ସମ୍ମନୀତ ଅତିଥୀ ଭାବେ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ଯୋଗ ଦେଇଥିଲେ । ଦୁଇ ଟ୍ରେନର ମୋହିନୀ ଶବର ଓ ଗାୟତ୍ରୀ ଜାନୀ ଛାତ୍ରୀ ମାନଙ୍କୁ ଆମ୍ଭ ସୁରକ୍ଷା ତାଲିମ ଦେଇଥିଲେ । ସଂଜଯୋକ ସୁମନ୍ତ କୁମାର ବେହେରା ତାଲିମ୍ ଶିବିରର ପରିଚାଳନା କରିଥିବା ବେଳେ ଅଧ୍ୟାପକ ନିଳାଞ୍ଚଳ ପାଣିଗ୍ରାହୀ , ଅଧ୍ୟାପିକା କୃତାଞ୍ଜଳୀ ରଇତ, ବିଜୟ କୁମାର ପ୍ରମୂଖ ଉପସ୍ଥିତରହି ସହ ଯୋଗ କହିଥିଲେ । ଉକ୍ତ ଶିବିରରେ ୫୦ଜଣ ଛାତ୍ରୀ ଯୋଗ ଦେଇଥିଲେ । ଶିବିର ଦଶ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଖେଳ ଶିକ୍ଷକ ସୁମନ୍ତ କୁମାର ବେହେରା କହିଛନ୍ତି ।

Exit mobile version