୨୪ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ୱାଇ. ସି. ଡ଼ି. ଏ., ବେଲପଡାର ଆୟୋଜନରେ ତଥା ଏସ୍. କେ. ଏନ୍., ନେଦରଲାଣ୍ଡର ସହାୟତାରେ ଚାଲିଥିବା “ବିଲଡିଂ ରେସିଲେଣ୍ଟ ଚିଲ୍ଡରେନ୍ ଫର ଏ ବେଟର ଫ୍ୟୁଚର” ପ୍ରୋଜେକ୍ଟ ତରଫରୁ ବେଲପଡା ବ୍ଲକ୍ ର ୫ଟି ପଞ୍ଚାୟତ ଯଥା: ବେହେରାମୁଣ୍ଡା, ଘଗୁର୍ଲୀ, କପାଣୀ, କନୁଟ ଓ ନୁନାହାଡ ରେ କନ୍ୟା ଶିଶୁ ମାନଙ୍କୁ ନେଇ ଶିଶୁ କନ୍ୟା ବିବସ ପାଳନ କରାଯାଇଥିବା ବେଳେ ଶିଶୁ ସଂଘ ଓ ବିଦ୍ୟାଳୟରେ ଆନ୍ତର୍ଜତୀୟ ଶିକ୍ଷା ଦିବସ ପାଳନ କରାଯାଇଥିଲା । 
ଏହି ଅବସରରେ ଶିଶୁ କନ୍ୟା ମାନଙ୍କର ବିଭିନ୍ନ ଅଧିକାର ତଥା ସେମାନଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ସଚେତନତା ଯାତ୍ରା ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହିଭଳି ବିଦ୍ୟାଳୟ ଓ ଶିଶୁ ସଂଘ ରେ ଶିକ୍ଷା ର ଗୁରୁତ୍ତ୍ଵ ଏବଂ ଶିକ୍ଷା ର ମାନ ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା । ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ର ସଦସ୍ୟ ଓ ଶିକ୍ଷକ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ୱାଇ. ସି. ଡ଼ି. ଏ., ବେଲପଡା ର ରୁଦ୍ର ବଗର୍ତ୍ତି, ବିଳାସିନୀ ପାତ୍ର, ଉର୍ବଶୀ ପଧାନ, ବିନୋଦିନୀ କାଲସାଇ ଓ ଅପରାଜିତା ଗୋସ୍ୱାମୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଯୋଗେଶ୍ଵର ପ୍ରଧାନ ସହୋଯୋଗ କରିଥିଲେ ।

