ମାଟିସ୍ବର ଅନୁଷ୍ଠାନ ପକ୍ଷରୁ ଶ୍ରମିକ ସାଥି ସମ୍ମାନ ରେ ସମ୍ମାନିତ ହେଲେ ଜିନ୍ଦାବାଦ ସଂଗଠନ ର ପ୍ରତିଷ୍ଠାତା ତ୍ରିଲୋଚନ ପୁଞ୍ଜି

୨୪ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଓଡିଆପାଲି ପଞ୍ଚାୟତ କପସିପାଲି ନିବାସୀ ତ୍ରିଲୋଚନ ପୁଞ୍ଜି ଙ୍କୁ ମାଟି ସ୍ବର ଅନୁଷ୍ଠାନ ପକ୍ଷରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ ଐତିହଖେଳପଡିଆରେ ଅନୁଷ୍ଠିତ ୨ୟ ବର୍ଷିକ ଉତ୍ସବରେ ଶ୍ରମିକ ସାଥି ସମ୍ମାନ ରେ ସମ୍ମାନିତ ହେଇଛନ୍ତି । ଶ୍ରୀ ପୁଞ୍ଜି ଏକାଧାରର ରେ ଜଣେ ଆଇନଜୀବ ,ସମାଜସେବୀ ,ମାନବାଧିକାର କର୍ମି ,ଜିନ୍ଦାବାଦ ସଂଗଠନ ର ପ୍ରତିଷ୍ଠାତା ଅଟନ୍ତି । ଶ୍ରୀ ପୁଞ୍ଜି ଛୋଟ ସମୟରୁ ଲୋକସେବା ରେ ନିଜକୁ ସମର୍ପିତ କରିବା ସହ ଗରିବ ନିସ୍ପେଷିତ ,ଖଟିଖିଆ ,ମଜୁରୀଆ ,ଶ୍ରମିକ ମାନଙ୍କ ହକ୍ ଅଧିକାର ଉପରେ ଦୀର୍ଘ ଦିନ ଧରି ସଂଗ୍ରାମ କାମ କରିଆସୁଛନ୍ତି । ଶ୍ରୀ ପୁଞ୍ଜି ବିଶେଷ କରି ଶ୍ରମିକ ମାନଙ୍କ ହକ୍ ଅଧିକାର ଏବଂ ସେମାନେ କିପରି ସରକାରୀ ସୁବିଧା ସୁଯୋଗ ପାଇବେ ସେ ନେଇ ମଧ୍ୟ ଦୀର୍ଘ ତିନି ଦଶଦ୍ଧି ରୁ ଉର୍ଦ୍ଧ ସମୟ ଧରି ବଲାଙ୍ଗିର ଜିଲ୍ଲା ଭଲି ଦାଦନ ଓ ଇଟା ଭାଟି ଶ୍ରମିକ ମାନଙ୍କୁ ଶୋଷଣ ,ଅନ୍ୟାୟ ଅତ୍ୟାଚାର କୁ ଦମନ କରିବାକୁ ନିଜେ ଜିନ୍ଦାବାଦ ନାମକ ଏକ ସଂଗଠନ ମାଧ୍ୟମରେ ଲଢେଇ କରିଆସୁଛନ୍ତି । ଏହି ପରିପ୍ରେକ୍ଷିରେ ନୟାଗଡ ଜିଲ୍ଲାର ସ୍ଵେଚ୍ଛାସେବୀ ମାଟି ସ୍ବର ଅନୁଷ୍ଠାନ ଶ୍ରୀ ପୁଞ୍ଜି ଙ୍କୁ ଶ୍ରମିକ ସାଥି ସମ୍ମାନରେ ସମ୍ମାନିତି କରିଛନ୍ତି । ଶ୍ରୀପୁଞ୍ଜି ଏହି ସମ୍ମାନ ରେ ସମ୍ମାନିତ ହୋଇଥିବା ରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Exit mobile version