ପାରଳାଖମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଗଜପତି ଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଉଦ୍ୟାନ ବିଭାଗ

୨୪ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ୫ଦିନ ଧରି ଅନୁଷ୍ଠିତ ହୋଇଥିବା ଗଜପତି ଉତ୍ସବର ଶେଷ ଦିନରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍ୟାନ ବିଭାଗକୁ ପ୍ରଥମ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ଉଦ୍ୟାନ ବିଭାଗର ଉଦ୍ୟାନ ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶଙ୍କୁ ପ୍ରଦାନ କରାଯାଇଛି ।

ପୁରସ୍କାର ପ୍ରଦାନ ବେଳେ ସହକାରୀ ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର, ସହକାରୀ କୃଷି ଅଧିକାରୀ ଅନୀଲ କୁମାର ସେଠୀ, ଗୁମ୍ମା ବ୍ଳକ, ଗୋଶାଣୀ ବ୍ଳକ ଓ କାଶୀ ନଗର ବ୍ଳକ ର ସହକାରୀ ଉଦ୍ୟାନ ଅଧିକାରୀ ଉପସ୍ଥିତ ଥିଲେ । ଗଜପତି ଉତ୍ସବରେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ବିଭାଗର ଷ୍ଟଲ ମାନ ଖୋଲା ଯାଇଥିଲା ।

ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ପ୍ରଦର୍ଶିତ କରାଯାଇଥିଲା ! ଯାହା ଫଳରେ ଜନ ସାଧାରଣ ଜାଣି ପାରିଲେ । ସେହିଭଳି ଉଦ୍ୟାନ ବିଭାଗ ପକ୍ଷରୁ ସରକାର ଙ୍କ ବିଭିନ୍ନ ଯୋଜନା ପରିଦର୍ଶିତ କରି ଜନ ସାଧାରଣ ଙ୍କ ପ୍ରିୟପାତ୍ର ହୋଇ ପାରିଥିବାରୁ ପ୍ରଥମ ପୁରସ୍କାର ପାଇପାରିଛି ।

Exit mobile version