Home ଓଡ଼ିଶା ଡଟ୍ ଫେଷ୍ଟ୍ର ୯ମ ଦିନରେ ଫ୍ୟୁଜନ୍ ଟ୍ରାକକୁ ମନଖୋଲି ଉପଭୋଗ କଲେ ଭୁବନେଶ୍ୱରବାସୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ସିଦ୍ଧାର୍ଥ ମହାଦେବନ, ଶିବମ୍ ମହାଦେବନ୍, ଶ୍ରୀନିଧି ଘଟାଟେ ଓ ଅସିମା ପଣ୍ଡାଙ୍କ ଦ୍ୱାରା ପ୍ରଦର୍ଶିତ ଫ୍ୟୁଜନ୍ ଟ୍ରାକ୍ଗୁଡିକରେ ମନ ଖୋଲି ନାଚିଲେ ଭୁବନେଶ୍ୱରରବାସୀ । ୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସିଦ୍ଧାର୍ଥ ମହାଦେବନ, ଶିବମ୍ ମହଦେବନ୍, ଶ୍ରୀନିଧି ଘଟାଟେ ଓ ଅସିମା ପଣ୍ଡାଙ୍କ ଦ୍ୱାରା ପ୍ରଦର୍ଶିତ ଫ୍ୟୁଜନ୍ ଫିଏଷ୍ଟାକୁ ଉପଭୋଗ କରିବା ପାଇଁ ଡଟ୍ ଫେଷ୍ଟ୍ର ୯ମ ଦିନରେ ଭୁବନେଶ୍ୱରର କୋଣଅନୁକୋଣରୁ ୧୫୦୦୦ରୁ ଅଧିକ ଲୋକ ଇଡ୍କୋ ପ୍ରଦର୍ଶନୀ ପଡିଆଠାରେ ଏକତ୍ରିତ ହୋଇଥିଲେ । ଏହି କଳାକାରମାନଙ୍କୁ ଭୁବନେଶ୍ୱର ଓ କଟକର ପୁଲିସ୍ କମିଶନର, ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସମ୍ମାନିତ କରିଥିଲେ । ଡଟ୍ ଫେଷ୍ଟର ୯ମ ଦିନରେ ବିଏମସି ଏସୟୁଏଚ-ଅର୍ବାନର ୧୦୦ ଜଣ ବାସହୀନ ଯୋଗ ଦେଇ ଏହି ସଂନ୍ଧ୍ୟାକୁ ଆଜି ଆହୁରି ସ୍ୱତନ୍ତ୍ର କରିଛନ୍ତି । ଡଟ୍ ଫେଷ୍ଟ୍ର ୯ମ ଦିନ ପ୍ରାତଃ ସମୟରେ ସୁନ୍ଦର ପ୍ରାକୃତିକ ଟ୍ରେଲ୍ଗୁଡିକ ସହ ଆରମ୍ଭ ହୋଇଥିଲା, ଏହାପରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଓଲ୍ଡଟାଉନ୍ରେ ମନ୍ଦିର ଖାଦ୍ୟ ଓ ମିଠାର ସ୍ୱାଦ ଚାଖିବାକୁ ସୁଯୋଗ ପାଇଥିଲେ । ଆରମ୍ଭରୁ ଏକ ବଡ ଭିଡ-ଆକର୍ଷଣକାରୀ ରହିଆସିଥିବା ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ବହୁସଂଖ୍ୟକ ଖାଦ୍ୟପ୍ରେମୀ ଆନ୍ତର୍ଜାତୀୟ ଖାଦ୍ୟଗୁଡିକୁ ଉପଭୋଗ କରିବା ପାଇଁ ଏକତ୍ରିତ ହୋଇଥିଲେ । ଗତକାଲି ଅର୍ଥାତ୍ ଜାନୁଆରୀ ୨୨ ତାରିଖରେ ଏହି ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ୧୨ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରିଛି ।ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶିତ କରିବା ଲକ୍ଷ୍ୟ ସହ ଆୟୋଜିତ ହୋଇଥିବା ଫ୍ଲି ମାର୍କେଟ୍ ଏକ ଚମତ୍କାର ଭିଡ ଆକର୍ଷଣକାରୀ ଓ ପରିଦର୍ଶକଙ୍କ ପାଇଁ ଏକ ଉନ୍ନତ ସପିଙ୍ଗ୍ ଅନୁଭୂତି ଭାବେ ପ୍ରମାଣିତ ହୋଇଛି ଯେଉଁଠାରେ ୧୨୦ରୁ ଅଧିକ ଷ୍ଟଲ୍ରେ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ରୀ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହେଉଛି । ଏହି ଫ୍ଲି ମାର୍କେଟ୍ ଗତକାଲି ଜାନୁଆରୀ ୨୨ ତାରିଖରେ ୭.୬ ଲକ୍ଷ ଟଙ୍କାର ବ୍ୟବସାୟ କରିଛି ଯାହା ଡଟ୍ ଫେଷ୍ଟ୍ ଆଂଚଳିକ ଉଦ୍ୟୋଗୀମାନଙ୍କୁ ଏକ ଉଲ୍ଲେଖନୀୟ ସୁଯୋଗ ପ୍ରଦାନ କରିଛି ବୋଲି ପ୍ରମାଣିତ କରୁଛି । ଡଟ୍ ଫେଷ୍ଟ୍ର ୧୦ମ ଦିନରେ ‘ନନ୍-ଷ୍ଟପ୍ ଭୁବନେଶ୍ୱର’ ବିଷୟବସ୍ତୁ ସହିତ ଶେଷ ଭୁବନେଶ୍ୱର ଲାଇଭ୍ କନ୍ସର୍ଟର ଆୟୋଜନ କରାଯିବ । ୧୦ମ ଦିନରେ ସୁଖ୍ବିନ୍ଦର ସିଂହ, ସଲ୍ମାନ ୟୁସୁଫ୍ ଖାନ, ପୱନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ଭଳି କଳାକାର ଓ ପ୍ରଦର୍ଶନକାରୀମାନେ ପ୍ରଦର୍ଶନ କରିବେ । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026