ଶ୍ରୀବତ୍ସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଆଜିଠାରୁ ଚଳିତ ମାସ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଫ୍ରେଣ୍ଡସ ପାରାଡାଇଜ ସହିତ ରାଜ୍ୟର ବଛା ବଛା ଆଠଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି ।

୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ବ୍ଲକ୍ ଅନ୍ତର୍ଗତ କୁସୁମାଟି ଛଣଘର ପଞ୍ଚାୟତ ସ୍ଥିତ ଫ୍ରେଣ୍ଡସ ପାରାଡ଼ାଇଜ ସ୍ପୋର୍ଟସ ଆସୋସିସନ ଆନୁକୁଲ୍ୟରେ ୨୪ତମ ଶ୍ରୀବତ୍ସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଯାଇଛି ।ଆଜିଠାରୁ ଚଳିତ ମାସ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଫ୍ରେଣ୍ଡସ ପାରାଡାଇଜ ସହିତ ରାଜ୍ୟର ବଛା ବଛା ଆଠଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି । ଆଜିର ଉଦ୍ଘାଟନୀ ମ୍ୟାଚ ବିଡାନାସୀ କ୍ଳବ୍ କଟକ ଏବଂ ଜଗା ୟୁନାଇଟେଡ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଡାନାସୀ କ୍ଲବ୍ ଜଗା ୟୁନାଇଟେଡକୁ ଦୁଇ ସୁନ୍ ଗୋଲରେ ପରାସ୍ତ କରି ବିଜୟୀ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଜଟଣୀ ବିଧାୟକ ସୁରେଶ୍ କୁମାର୍ ରାଉତରାୟ,ଛଣଘର ସରପଞ୍ଚ ସୁହାସିନି ବିଶ୍ଵାଳ,ସମିତି ସଭ୍ୟା ସତ୍ୟଭାମା ରାଉତରାୟ ଓ ଓଡ଼ିଶା ଫୁଟବଲର ପୂର୍ବତନ କ୍ୟାପଟେନ ନିପେନ୍ଦ୍ର ଦାସ ପ୍ରମୁଖ ଉଦଘାଟନ କରିଥିବା ବେଳେ ରେଫେରି ପ୍ରଫୁଲ ବେହେରା,ସୁଦୀପ୍ ଦାସ,ରମେଶ ପାଇକରାୟ ଏବଂ ପ୍ରିୟବ୍ରତ ବାହିନୀପତି ମ୍ୟାଚକୁ ପରିଚାଳନା କରିଥିଲେ ।

Exit mobile version