୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେଙ୍କାନାଳ ଜିଲ୍ଲା ରାସୋଳ ସପ୍ନେଶ୍ୱର ମନ୍ଦିର ପରିସରରେ କାପୁଡିଆ ସମାଜ ର ଜିଲ୍ଲା ସମ୍ମିଳନୀ ଜିଲ୍ଲା ସଭାପତି ଖଗେଶ୍ୱର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାପୁଡିଆ ସମାଜ ରାଜ୍ୟ ସଭାପତି ଆଇନଜୀବୀ ନବ କିଶୋର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ଉଦ୍ୟମ ଫଳରେ କପଡିଆ/କାପୁଡିଆ ଦ୍ୱନ୍ଦ ଏବେ ଦୂର ହୋଇଛି । ରାଜ୍ୟ ଓବିସି କମିଶନ କପଡିଆ/କାପୁଡିଆ ଉଭୟଙ୍କୁ ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ (ଏସଇବିସି) ପ୍ରମାଣ ପତ୍ର ପ୍ରଦାନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ନିଶ୍ଚିତ ଭାବେ ଓବିସି ପ୍ରମାଣପତ୍ର ପ୍ରଦାନ କରାଯିବ । ଜାତିର ଉନ୍ନତି ଓ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଆମକୁ ଏକଜୁଟ ହେବାକୁ ପଡିବ ଓ ସଂଗଠନକୁ ବ୍ୟାପକ କରିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟବକ୍ତା ଭାବେ ରାଜ୍ୟ ସାଧାରଣ ସଂପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ଯୋଗଦେଇ ଏକତା ହିଁ ବଳ ,ତେଣୁ ଆଗାମୀ ଦିନରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଲୋକଙ୍କୁ ସାମିଲ କରାଯାଇ ରାଜ୍ୟ ସମ୍ମିଳନୀ ଆୟୋଜନ କରିବାକୁ ମତ ଦେଇଥିଲେ ଏବଂ ଜାତି ଇତିହାସ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଭୁବନ କାପୁଡିଆ ସମାଜ ସଭାପତି ରାମଚନ୍ଦ୍ର ରାଉତ , ରାସୋଳ ସଭାପତି ଭାସ୍କର ନାୟକ , ଜିଲ୍ଲା କୋଷାଧ୍ୟକ୍ଷ ଭାଗବତ ନାୟକ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଉପସଭାପତି ବିପିନ ବିହାରୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
