Home ଓଡ଼ିଶା ନୟାଗଡ଼ ରୋଟାରୀ ଭବନ : ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅନସ୍ବୀକାର୍ଯ୍ଯ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ନୟାଗଡ଼ ରୋଟାରୀ ଭବନରେ ପୂଜ୍ଯପୂଜା କମିଟି ଓ ରୋଟାରୀ କ୍ଳବ୍ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ ଚେୟାରମ୍ୟାନ୍ ତଥା ବରିଷ୍ଠ ରୋଟାରୀଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ନେତାଜୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିବି ସହ ନେତାଜୀ ଙ୍କ ସ୍ମୃତିଚାରଣ କରିଥିଲେ । ସମାଜସେବୀ ରୋଟାରୀଆନ୍ ଶ୍ରୀଧର ସାହୁ ନେତାଜୀଙ୍କ ସଂଗ୍ରାମୀ ଜୀବନ ବିଷୟରେ ଆଲୋଚନା କରିଥିଲେ । ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅନସ୍ବୀକାର୍ଯ୍ଯ । ଆଜାଦ ହିନ୍ଦ୍ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ । ନେତାଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଗାଢ ଭକ୍ତି କରୁଥିଲେ । ସେ କହୁଥିଲେ, ‘ ମୁଁ ଜଣେ ଓଡ଼ିଆ । ଓଡ଼ିଶାର ପାଣି ପବନ ରେ ମୋର କୈଶୋର ଜୀବନ ଅତିବାହିତ ହୋଇଛି । କେବଳ ମୋର ନୁହେଁ, ମୋ ପରିବାରର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ । ଓଡ଼ିଆ ରକ୍ତ ମୋ ଧମନୀରେ ପ୍ରବାହିତ, ଓଡିଆଙ୍କ ପଇସାରେ ବାପା ମୋତେ ପାଠ ପଢାଇଛନ୍ତି । ରେଙ୍ଗୁନ୍ ରେ ନେତାଜୀ ଥିଲାବେଳେ ଓଡିଆ ରେଜିମେଣ୍ଟ ଶିବିରକୁ ଯାଇ ଶ୍ରୀଜଗନ୍ନାଥଙ୍କ ଭଜନ ଶୁଣୁଥିଲେ । ଓଡିଆ ଭାଷା ସାହିତ୍ୟ, ସଂସ୍କୃତିକୁ ଭଲ ପାଉଥିବା ନେତାଜୀ ଓଡିଶାକୁ ଭାଷା ଭିତ୍ତିକ ରାଜ୍ଯ ଭାବେ ଗଠନ କରିବା ପାଇଁ ପ୍ରବଳ ଉଦ୍ଯମ କରିଥିଲେ । ଆଜାଦ ହିନ୍ଦ୍ ଫୌଜରେ ଆମ ରାଜ୍ଯର ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ ପୁରୀ ଜିଲ୍ଲାର ବହୁ ଓଡିଆ ସାମିଲ୍ ହୋଇ ଥିଲେ । ୫୫ ଜଣ ଓଡିଆ ସୈନ୍ଯ ରେଙ୍ଗୁନ୍ ଜେଲରେ ମଧ୍ଯ ବନ୍ଦୀ ହୋଇଥିଲେ । ଆଜାଦ ହିନ୍ଦ୍ ଫୌଜର ନାରୀସେନା ଝାନସି ରେଜିମେଣ୍ଟ ରେ ୨୦ ହଜାର ରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇଥିଲେ । ଏ ସବୁ ଘଟଣା ରୁ ଜଣା ପଡେ ନେତାଜୀଙ୍କ ମହିଳା ସଶକ୍ତିକରଣ ଓ ଓଡିଶା ପ୍ରେମର ଦ୍ରୁଷ୍ଟାନ୍ତ । ଏହି ଆଲୋଚନାରେ ରୋଟାରୀ କ୍ଳବ୍ ର ସଂପାଦକ ବାସୁଦେବ ସାହୁ, ରୋଟାରୀଆନ ଆରିଫ୍ ଖାଁ, ରଶ୍ମୀରଂଜନ ପାତ୍ର, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ମିହିର ରଂଜନ ନାୟକ ଯୋଗଦେଇଥିଲା ବେଳେ ପୂଜ୍ୟପୂଜା କମିଟି ର ଯୁଗ୍ମ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ by Proprietor Abhimanyu Maharana October 19, 2026 ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ by Proprietor Abhimanyu Maharana October 19, 2026 ଖଣ୍ଡପଡା ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ by Proprietor Abhimanyu Maharana October 18, 2026 ପାଣି ମିଟର ଚୋରି ପରେ ଏବେ ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଭଙ୍ଗାରୁଜା କରୁଛନ୍ତି ଦୁବୃର୍ତ୍ତ by Proprietor Abhimanyu Maharana October 18, 2026 ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ by Proprietor Abhimanyu Maharana October 18, 2026 ମା’ଦୁର୍ଗା ଙ୍କ ମହାଗୌରୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ : ପୀଠରେ ମହାଷ୍ଟମୀ ପୂଜା, ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜାରେ ଆଧ୍ୟାତ୍ମିକ ପରିବେଶ by Proprietor Abhimanyu Maharana October 18, 2026