Home ଓଡ଼ିଶା ନୟାଗଡ଼ ରୋଟାରୀ ଭବନ : ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅନସ୍ବୀକାର୍ଯ୍ଯ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ନୟାଗଡ଼ ରୋଟାରୀ ଭବନରେ ପୂଜ୍ଯପୂଜା କମିଟି ଓ ରୋଟାରୀ କ୍ଳବ୍ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ ଚେୟାରମ୍ୟାନ୍ ତଥା ବରିଷ୍ଠ ରୋଟାରୀଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ନେତାଜୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିବି ସହ ନେତାଜୀ ଙ୍କ ସ୍ମୃତିଚାରଣ କରିଥିଲେ । ସମାଜସେବୀ ରୋଟାରୀଆନ୍ ଶ୍ରୀଧର ସାହୁ ନେତାଜୀଙ୍କ ସଂଗ୍ରାମୀ ଜୀବନ ବିଷୟରେ ଆଲୋଚନା କରିଥିଲେ । ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅନସ୍ବୀକାର୍ଯ୍ଯ । ଆଜାଦ ହିନ୍ଦ୍ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ । ନେତାଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଗାଢ ଭକ୍ତି କରୁଥିଲେ । ସେ କହୁଥିଲେ, ‘ ମୁଁ ଜଣେ ଓଡ଼ିଆ । ଓଡ଼ିଶାର ପାଣି ପବନ ରେ ମୋର କୈଶୋର ଜୀବନ ଅତିବାହିତ ହୋଇଛି । କେବଳ ମୋର ନୁହେଁ, ମୋ ପରିବାରର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ । ଓଡ଼ିଆ ରକ୍ତ ମୋ ଧମନୀରେ ପ୍ରବାହିତ, ଓଡିଆଙ୍କ ପଇସାରେ ବାପା ମୋତେ ପାଠ ପଢାଇଛନ୍ତି । ରେଙ୍ଗୁନ୍ ରେ ନେତାଜୀ ଥିଲାବେଳେ ଓଡିଆ ରେଜିମେଣ୍ଟ ଶିବିରକୁ ଯାଇ ଶ୍ରୀଜଗନ୍ନାଥଙ୍କ ଭଜନ ଶୁଣୁଥିଲେ । ଓଡିଆ ଭାଷା ସାହିତ୍ୟ, ସଂସ୍କୃତିକୁ ଭଲ ପାଉଥିବା ନେତାଜୀ ଓଡିଶାକୁ ଭାଷା ଭିତ୍ତିକ ରାଜ୍ଯ ଭାବେ ଗଠନ କରିବା ପାଇଁ ପ୍ରବଳ ଉଦ୍ଯମ କରିଥିଲେ । ଆଜାଦ ହିନ୍ଦ୍ ଫୌଜରେ ଆମ ରାଜ୍ଯର ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ ପୁରୀ ଜିଲ୍ଲାର ବହୁ ଓଡିଆ ସାମିଲ୍ ହୋଇ ଥିଲେ । ୫୫ ଜଣ ଓଡିଆ ସୈନ୍ଯ ରେଙ୍ଗୁନ୍ ଜେଲରେ ମଧ୍ଯ ବନ୍ଦୀ ହୋଇଥିଲେ । ଆଜାଦ ହିନ୍ଦ୍ ଫୌଜର ନାରୀସେନା ଝାନସି ରେଜିମେଣ୍ଟ ରେ ୨୦ ହଜାର ରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇଥିଲେ । ଏ ସବୁ ଘଟଣା ରୁ ଜଣା ପଡେ ନେତାଜୀଙ୍କ ମହିଳା ସଶକ୍ତିକରଣ ଓ ଓଡିଶା ପ୍ରେମର ଦ୍ରୁଷ୍ଟାନ୍ତ । ଏହି ଆଲୋଚନାରେ ରୋଟାରୀ କ୍ଳବ୍ ର ସଂପାଦକ ବାସୁଦେବ ସାହୁ, ରୋଟାରୀଆନ ଆରିଫ୍ ଖାଁ, ରଶ୍ମୀରଂଜନ ପାତ୍ର, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ମିହିର ରଂଜନ ନାୟକ ଯୋଗଦେଇଥିଲା ବେଳେ ପୂଜ୍ୟପୂଜା କମିଟି ର ଯୁଗ୍ମ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି by Proprietor Abhimanyu Maharana June 25, 2026 ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ by Proprietor Abhimanyu Maharana June 25, 2026 ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା by Proprietor Abhimanyu Maharana June 25, 2026 ଆର୍ନ୍ତଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ବିରୋଧଦିବସ-୨୦୨୬ ସଚେତନତା ପଦ ଯାତ୍ରା ସହ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana June 25, 2026 ରାୟଗଡ ବ୍ଲକରେ ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶର ଧାରା ଓଡିଶା ସାରା”ଆଡମ୍ବର ସହ ପାଳନ by Proprietor Abhimanyu Maharana June 25, 2026 ଭାପୁର ରଥଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana June 25, 2026