ରଣପୁର : ଅପ୍ରେଲ ୫ ଦିଲ୍ଲୀ ଅଭିଯାନ ପାଇଁ ଶ୍ରମିକ,କୃଷକ ଓ କ୍ଷେତ ମଜଦୁରଙ୍କ ମିଳିତ କନଭେନସନ

୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର  :-  ସି ଆଇ ଟି ୟୁ ,ଓଡିଶା କୃଷକ ସଭା ଓ ଓଡିଶା କ୍ଷେତ ମଜଦୂର ୟୁନିୟନ ମିଳିତ ସମନ୍ୱୟ କମିଟି ତରଫରୁ ୨୩ ଜାନୁୟାରୀ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀରେ ସାମ୍ପ୍ରଦାୟିକ ସଦଭାବନା ର ଡାକରା ଦେଇ ଏକ ମିଳିତ କନଭେନସନ ସାଥୀ ଗଦାଧର ପ୍ରଧାନ,ଭିକାରୀ ଚରଣ ସାହୁ,ଓ ଜ୍ୟୋସ୍ନା ନାଏକ ଙ୍କ ସଭାପତି ମଣ୍ଡଳୀରେ ପଞ୍ଚୁଦୋଳ ପଡିଆ ସହିଦ ରଘୁଦିବାକର ଙ୍କ ସହିଦ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।ଏହି କନଭେନସନ ରେ କୃଷକ ସଭାର ରାଜ୍ୟ ନେତା ସୁରେଶ ପାଣିଗ୍ରାହୀ ପ୍ରଥମେ ରଣପୁର ମାଟିର ସହିଦ ସନ୍ତାନ ରଘୁ- -ଦିବାକର ଙ୍କ ପ୍ରତିମୂର୍ତ୍ତି ଓ ନେତାଜୀ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲା ବେଳେ ଉପସ୍ଥିତ ସମସ୍ତ ବନ୍ଧୁ ମାନେ ମାଲ୍ୟାର୍ପଣ ମଧ୍ୟ କରି ଥିଲେ । ବକ୍ତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ,ଶ୍ରମିକ ବିରୋଧୀ ଓ କୃଷକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ୨୦୧୪ ମସିହା ଠାରୁ କେନ୍ଦ୍ରରେ ଅଧିଷ୍ଠିତ ବି ଜେ ପି ନେତୃତ୍ବାଧୀନ ମୋଦୀ ସରକାର ଧାରାବାହିକ ଭାବେ ଶ୍ରମିକ ବିରୋଧୀ ନିଷ୍ପତି ନେଇ ମାଲିକ ସପକ୍ଷବାଦୀ ଶ୍ରମ କୋଡ଼ ଗ୍ରହଣ କରିଛନ୍ତି ଓ ସରକାରୀ ବ୍ୟବସ୍ଥାକୁ ଆମ୍ବାନୀ ଆଦାନୀ ଭଳି ବଡ଼ ପୁଞ୍ଜିପତି ହାତକୁ ସାଗମାଛ ଦରରେ ବିକ୍ରି କରିଚାଲିଛନ୍ତି। ଆଜି ଆଶାକର୍ମୀ, ପାଚିକା ଓ ଅଙ୍ଗନବାଡି ଭଳି ସ୍କିମି ଶ୍ରମିକ ଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ଦେଲା ବେଳେ କୃଷକ ଙ୍କ ଫସଲର ଉଚିତ ଦର ନାହିଁ କି କୃଷକ ର ପେନସନ ନାହିଁ । ସେଥିରେ କୃଷି କ୍ଷେତ୍ରକୁ ପୁଞ୍ଜିପତି ହାତକୁ ଟେକି ଦେବାର ଷଡଯନ୍ତ୍ର ମୋଦି କରି ଚାଲିଛନ୍ତି । ସେହିଭଳି ଆକାଶ ଛୁଆଁ ଦରବୃଦ୍ଧି ଯୋଗୁଁ ଖାଉଟି ଆଜି ନାହିଁ ନ ଥିବା ହଇରାଣ ହେଉଛନ୍ତି । ତେଣୁ ଶ୍ରମିକ ଶ୍ରମଜୀବି ଜନସାଧାରଣ ମୋଦୀ ସରକାରର ଏଭଳି ଜନ ବିରୋଧୀ ନୀତିର ପ୍ରତିବାଦରେ ଆସନ୍ତା ଅପ୍ରେଲ ୫ ତାରିଖରେ ଦିଲ୍ଲୀ ଅଭିଯାନ କରି ପାର୍ଲ୍ୟାମେଣ୍ଟ କୁ ଅଚଳ କରିବାକୁ ଆହ୍ବାନ ଦେଇଛନ୍ତି । ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ଜନଗଣ ଙ୍କୁ ତିନି ସଂଗଠନ ତରଫରୁ ନିବେଦନ କରାଯାଇଛି ।ଆଜି ଠାରୁ ଆସନ୍ତା ଜାନୁୟାରୀ ୩୦ ଗାନ୍ଧିଜୀ ଙ୍କ ସହିଦ ଦିବସ ପ୍ରାୟ ୭ ଦିନ ବ୍ୟାପି ସାମ୍ପ୍ରଦାୟିକ ସଦ୍ଭାବନା ପାଇଁ ବ୍ୟାପକ ପ୍ରଚାର ଅଭିଯାନ କରିବାକୁ ଆହ୍ବାନ ଦିଆ ଯାଇଛି । ଏହି କନଭେନସନ ରେ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ,ଶ୍ରମିକ ଜିଲ୍ଲା ନେତା ସୁରେଶ ସ୍ବାଇଁ, କ୍ଷେତମଯଦୁର ୟୁନିୟନ ର ନେତା ନିତ୍ୟାନନ୍ଦ ପରିଡା,ଦୁଃଶାସନ ଜେନା ,ହରିଶ୍ଚନ୍ଦ୍ର ମିଶ୍ର ଓ ସଂଯୁକ୍ତା ସେଠୀ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ କରିବାକୁ ନିନେଦନ । ନିବେଦକ,ସୁରେଶ ସ୍ବାଇଁ, ଆବାହକ,ମିଳିତ ସମନ୍ୱୟ ସମିତି ।

Exit mobile version