Home ଓଡ଼ିଶା ଟେଷ୍ଟ ଟ୍ୟୁବ ବେବି ସୃଷ୍ଟି ରେ ମାଇଲଖୁଣ୍ଟ ସ୍ଥାପନ କଲା ବରଗଡ଼ ର କିଶୋରୀ ନର୍ସିଂ ହୋମ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ଦିନକୁ ଦିନ ବିଭିନ୍ନ କାରଣରୁ ଦମ୍ପତ୍ତିଙ୍କ ମଧ୍ୟରେ ସନ୍ତାନ ସୃଷ୍ଟି କରିବାର କ୍ଷମତା କମିବାରେ ଲାଗିଛି ଆଉ ଏପରି ସମୟରେ ସନ୍ତାନ ସନ୍ତତି ହେଉନଥିବା ଦମ୍ପତ୍ତି ଙ୍କ ପାଇଁ ଆଇଭିଏଫ (IVF) ଜରିଆରେ ଟେଷ୍ଟ ଟ୍ୟୁବ ବେବି ସୃଷ୍ଟି ଏକ ବରଦାନ ଅଟେ ।ତେବେ ବରଗଡ଼ ପରି ଜାଗାରେ ଖୁବ ଅଳ୍ପଦିନ ମଧ୍ୟରେ ହଜାରେ (୧୦୦୦ )ରୁ ଉର୍ଦ୍ଧ୍ବ ଦମ୍ପତ୍ତି ଙ୍କୁ ଆଇଭିଏଫ ଜରିଆରେ ସନ୍ତାନ ପ୍ରାପ୍ତି ର ସୁଖ ଦେଇ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ବରଗଡ଼ ଅଗ୍ରଣୀ ନର୍ସିଂ ହୋମ କିଶୋରୀ ନର୍ସିଂ ହୋମ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ।ବିକିରଣ, ଅସନ୍ତୁଳନ ଖାଦ୍ୟ,ଖାଦ୍ୟ ରେ ଅତ୍ୟଧିକ କୀଟନାଶକ ଓ ସାର ର ପ୍ରୟୋଗ ଯୋଗୁଁ ବହୁ ବିଭାହିତ ଦମ୍ପତ୍ତି ଙ୍କ ସନ୍ତାନ ସନ୍ତତି ହେଉ ନାହାନ୍ତି ଯାହାକି ଏବେବି ଗ୍ରାମାଞ୍ଚଳ ମାନଙ୍କରେ ଏକ ସମାଜିକ ଦାଗ ହୋଇ ରହିଛି । ବିଶେଷ କରି ମହିଳା ମାନଙ୍କୁ ବହୁ ସମୟରେ ଟାହିଟାପରା ମଧ୍ୟ ଶୁଣିବାକୁ ପଡିଥାଏ ଏପରି କ୍ଷେତ୍ରରେ ଡାକ୍ତର ସେମାନଙ୍କୁ ଆଇଭିଏଫ ପଦ୍ଧତି ଗ୍ରହଣ କରିବାକୁ ପରାମର୍ଶ ଦେଇଥାନ୍ତି ।ପୂର୍ବରୁ ଏହା ବହୁ ବ୍ୟୟ ବହୁଳ ଓ ପାଖରେ ଉପଲବ୍ଧ ହେଉ ନ ଥିବାରୁ ଏହି ସୁଯୋଗ ସମସ୍ତେ ଉଠେଇ ପାରୁନଥିଲେ ।ଏପରି ସମସ୍ୟା କୁ ଦୂର କରିବା ସହ ଲୋକଙ୍କୁ ହାତ ପାଆନ୍ତାରେ ଟେଷ୍ଟ ଟ୍ୟୁବ ବେବି ଚିକିତ୍ସା ଯୋଗେଇ ଦେବା ଲକ୍ଷରେ କିଶୋରୀ ନର୍ସିଂ ହୋମ ର ପରିଚାଳନା ନିର୍ଦ୍ଦେଶକ ତଥା ସୁନାମ ଧନ୍ୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରିଲାଲ ତ୍ରିପାଠୀ ତାଙ୍କର ଅନ୍ୟ ସହଯୋଗୀ ଡାକ୍ତର ଙ୍କ ସହଯୋଗରେ ୨୦୧୨ ମସିହା ରେ ବରଗଡ଼ ରେ ଆରମ୍ଭ କରିଥିଲେ ଆଇଭିଏଫ ଚିକିତ୍ସା ପଦ୍ଧତି।ବରଗଡ଼ କିଶୋରୀ ନର୍ସିଂ ହୋମ ର ଟେଷ୍ଟ ଟ୍ୟୁବ ବେବି ସୃଷ୍ଟି ସଫଳତା ହାର ୬୦ ପ୍ରତିଶତ ଅଟେ ଯାହା କି ସାରା ଦେଶରେ ଏକ ରେକର୍ଡ ଅଟେ ଓ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ମଧ୍ୟ । ଯେଉଁ ଦମ୍ପତ୍ତି ଙ୍କ ସନ୍ତାନ ହେଉ ନାହାନ୍ତି କେବଳ ଯେ ବରଗଡ଼ ର ଲୋକେ ଏହାର ସୁବିଧା ନେଉଛନ୍ତି ତା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ,ଝାରଖଣ୍ଡ,ମହାରାଷ୍ଟ୍ର,ତେଲେଙ୍ଗାନା,ଆନ୍ଧ୍ରପ୍ରଦେଶ ର ରୋଗୀ ମଧ୍ୟ ସଫଳତାର ସହ ଚିକିତ୍ସିତ ହୋଇ ସାରିଛନ୍ତି ।ଏପରିକି ୟୁଏସ,ଆମେରିକା,ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା, ଇଟାଲୀ ପରି ଦେଶରୁ ମଧ୍ୟ ସନ୍ତାନ ନଥିବା ଦମ୍ପତ୍ତି ଆସି ସଫଳତାର ସହ ଚିକିତ୍ସିତ ହୋଇ ଫେରିଛନ୍ତି ।ବରଗଡ଼ ର ନିକଟରେ ଏୟାରପୋର୍ଟ ନ ଥିବାରୁ ଅନେକ ବାହାର ରାଜ୍ୟ ବା ଅନ୍ୟଦେଶ ରୁ ରୋଗୀ ଆସିବାକୁ ମଙ୍ଗୁ ନଥିବା ଆଜି ବରଗଡ଼ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଡାକ୍ତର ପ୍ୟାରିଲାଲ ତ୍ରିପାଠୀ ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପ୍ରଶାନ୍ତ କିଶୋର ଦାଶ, ଡାକ୍ତର ଅଶ୍ୱିନୀ ଭୋଇ,ଡାକ୍ତର ଗଣେଶ ଭୋଇ,ଡାକ୍ତର ଶକ୍ତି ତ୍ରିପାଠୀ ଙ୍କ ସମେତ ବହୁ ସହଯୋଗୀ ଉପସ୍ଥିତ ଥିଲେ ।ଆଗାମୀ ଦିନରେ କିଶୋରୀ ନର୍ସିଂ ହୋମ ର ଆଇଭିଏଫ ଚିକିତ୍ସା ସୁବିଧା ବରଗଡ଼ ବ୍ୟତୀତ ଭୁବନେଶ୍ୱର,ଅନୁଗୁଳ, ଭବାନୀପାଟଣା ଓ ବଲାଙ୍ଗୀର କୁ ସମ୍ପ୍ରସାରିତ କରାଯିବ ବୋଲି କହିଛନ୍ତି ଡାକ୍ତର ସାଇ ତ୍ରିପାଠୀ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026 ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ by Proprietor Abhimanyu Maharana September 18, 2026 ନୟାଗଡ଼ରେ ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ବିଜେଡି କର୍ମୀ by Proprietor Abhimanyu Maharana September 18, 2026 ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର by Proprietor Abhimanyu Maharana September 18, 2026