ଛେଳିଗଡରେ ୟୁଡାଇସ୍ ଅପଡେଟ୍ ତାଲିମ

୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଆର.ଉଦୟଗିରି ବ୍ଳକର ଛେଳିଗଡ ସରକାରୀ ଉର୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭାରପ୍ରାପ ଗୋଷ୍ଠୀଶିକ୍ଷାଧିକାରୀ ଯୁଧିଷ୍ଠିର ବେହେରାଙ୍କ ଅଧ୍ୟକ୍ଷତାରେ ୟୁଡାଇସ୍ କୋଡ୍ ଅପଡେଟ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକ୍ ର ସମସ୍ତ ୧୨୬ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।ୟୁ- ଡାଇସ୍ ଅନ୍ଲାଇନ ଯୋଗେ କେମିତି ଅପଡେଟ୍ କରାଯିବ, ବିଭିନ୍ନ ବିଦ୍ୟାଳୟର ସଠିକ୍ ତଥ୍ୟ କେମିତି ପରିବେଷଣ କରାଯିବ, ଶିକ୍ଷକମାନଙ୍କ ଯୋଗ୍ୟତା ସମ୍ବନ୍ଧିତ ବିଭିନ୍ନ ତଥ୍ୟ ସଠିକ୍ ଭାବେ କେମିତି ପୂରଣ କରାଯିବ ସେ ନେଇ ସନ୍ତୋଷ କୁମାର ଜମାଦାର ପ୍ରାଞ୍ଜଳ ଭାବେ ବୁଝାଇଥିବା ବେଳେ ସୁରେନ କୁମାର ସିଂ କମ୍ପ୍ୟୁଟର୍ ଜରିଆରେ ଦେଖାଇଥିଲେ ।

Exit mobile version