Home ଓଡ଼ିଶା ମୋଥର ଗତିରେ ଚାଲିଛି ହରଙ୍ଗୀ ନଦୀ ଉପରେ ସେତୁ ନିର୍ମାଣ : ଦେଖାମିନି ବିଭଗ ଯନ୍ତ୍ରୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଚାରୋଟି ଗ୍ରାମର ଜନସାଧାରଣ ଓ କଲେଜ,ବିଦ୍ୟାଳୟ ପିଲାମାନେ ଯାତାୟତରେ ଅସୁବିଧା ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି : ନିଘୋଡ ନିଦରେ ସୋଇନ୍ତି ବିଭାଗ୍ୟ ଯନ୍ତ୍ରୀ ୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ଦେଇ ଯାଇଥିବା ଧନପଙ୍କା ରାସ୍ତା ହରଭଙ୍ଗୀ ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଏହି ସେତୁ ଗତ ବର୍ଷ ଆରମ୍ଭ ହୋଇଛି । ଏହି ସେତୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ମୋହନା ଦ୍ୱାରା ନିର୍ମାଣ ଚାଲିଛି । ଏହି ସେତୁ ନିର୍ମାଣ କାର୍ଯ୍ୟ ସମ୍ପାଦନ ହେଲେ ଚାରୋଟି ଗ୍ରାମର ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଉପକୃତ ହେବେ । ବର୍ତ୍ତମାନ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ଷା ଦିନ ଆସିଲେ ଲୋକ ବଜାରକୁ ଆସିପାରୁନଥିଲେ ।ଭୋକ ଉପବାସରେ ରହିବାକୁ ପଡୁଥିଲା ଏହି ସେତୁ ନିର୍ମାଣ ହେଲେ ଅଞ୍ଚଳ ବାସୀ ଆଉ ଅସୁବିଧାରେ ରହିବେ ନାହିଁ । ଏହି ସେତୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିଜୁ ସେତୁ ଯୋଜନା ମାଧ୍ୟମରେ ତିନି କୋଟି ଛ ଲକ୍ଷ ୪୬ହଜାର ଟଙ୍କା ଅଟକଳରେ ନିର୍ମାଣ ଚାଲିଛି । ଏହି ସେତୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଏହି ସେତୁର ପ୍ରସ୍ତ ଆଠ ମିଟରରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଦର୍ଘ୍ୟ ୪୦ମିଟରରୁ ଅଧିକା ଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଇଂ. ଉମା ଶଙ୍କର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୋଶଭୋନ ସାହୁ ଏବଂ କନିଷ୍ଟ ଯନ୍ତ୍ରୀ ଇଂ. ସୁଧୀର କୁମାର ପାଢୀ ଦ୍ବୟ ଉକ୍ତ ନିର୍ମାଣ କାର୍ଯ୍ୟ କୁ ନିୟମିତ ତଦାରଖ କରୁଥିବା ପ୍ରକାଶ । ଏହି କାର୍ଯ୍ୟ କୁ ସ୍ବତନ୍ତ ଶ୍ରେଣୀ ଠିକାଦାର ଶ୍ରୀନିବାସ ମହାପାତ୍ର ସମ୍ପାଦନ କରୁଥିବା ସହ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁରହିଥିବା ଦେଖିବାକୁ ମିଳିଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026