୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ନୂଆଗାଁ,ଦଶପଲ୍ଲା ଏବଂ ଗଣିଆ ବ୍ଲକ୍ ର ୪୨ ଟି ପଞ୍ଚାୟତ ର ୬୧୯ ଟି ଗାଁ ଏବଂ ୨ ଲକ୍ଷ ପରିବାରକୁ ଟ୍ୟାପ୍ ଯୋଗେ ମହାନଦୀ ରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୩୯୪ କୋଟି ଟଙ୍କା ର ବୃହତ୍ ପାନୀୟ ଜଳ ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।ନୂଆଗାଁ ବ୍ଲକ୍ ର ୧୪ ଟି ପଞ୍ଚାୟତ ର ଲୋକମାନଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ।ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇବା ନେଇ ନୂଆଗାଁ ପଞ୍ଚାୟତ ସମିତି ପକ୍ଷରୁ ନୂଆଗାଁ ଡାକ ବଙ୍ଗଳାରେ ଏକ ପ୍ରେସ୍ ମିଟ ଅନୁଷ୍ଠିତ ହୋଇଥିଲା । 
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ବୃହତ୍ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁରୀ ହେବା ସହ ଉନ୍ନତି ଓ ପ୍ରଗତି ରେ ନୂଆଗାଁ ବ୍ଲକ୍ ଯୋଡ଼ି ହୋଇଛି ବୋଲି ଦଶପଲ୍ଲା ବିଧାୟକ କହିଥିଲେ ।ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ନୂଆଗାଁ ବ୍ଲକ୍ ର ୧୪ ଟି ପଞ୍ଚାୟତ ର ୧୫୮ ଟି ଗ୍ରାମ ର ୫୯ ୨୨୪ ଟି ପରିବାର ଲୋକ ପାନୀୟ ଜଳ ପାଇବାକୁ ଯାଉଥିବାରୁ ଦଶପଲ୍ଲା ବିଧାୟକ ନୂଆଗାଁ ବ୍ଲକ୍ ର ଜନସାଧାରଣ ଙ୍କ ତରଫରୁ ପ୍ରେସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
