Home ଓଡ଼ିଶା ପାଟଣାଗଡ଼ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ସାଂସଦ ଓ ପୂର୍ବତନ ବିଧାୟକ ଙ୍କ କୁଶପୁତଳୀକା ଦାହ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ନୋ ମୋର କ୍ଖ୍ୟଚେନ କହି ତିନି ବ୍ଳକର ବିଜେଡି ଅଧ୍ୟକ୍ଷ / ଅଧ୍ୟକ୍ଷା ଉଠିଗଲେ । ୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- କିଛି ଦିନ ତଳେ ବଲାଙ୍ଗିରରେ ହୋଇଥିବା ଦିଶା ବୈଠକରେ ବଲାଙ୍ଗିର ସାଂସଦ ସଂଙ୍ଗୀତା କୁମାରୀ ସିଂ ଦେଓ ପାଟଣାଗଡ଼ ବ୍ଳକ ଅଧ୍ଯକ୍ଷ ନୀଳକାନ୍ତ ବାଗଙ୍କୁ ଦୁର୍ବ୍ଯବହାର କରିଥିବା ଅଭିଯୋଗ କରି ପାଟଣାଗଡ଼ ବିଜେଡି କାର୍ଯ୍ଯାଳୟରେ ପାଟଣାଗଡ଼, ବେଳପଡା ଓ ଖପ୍ରାଖୋଲ ବ୍ଳକ ଅଧ୍ଯକ୍ଷ ଏକ ସାମ୍ବାଦିକ ସମ୍ମୀଳନୀ କରିଥିଲେ । ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି କାର୍ଯ୍ଯାଳୟରେ ବିଜେଡି ର ଶହଶହ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବଲାଙ୍ଗିର ସାଂସଦ ଓ ପୂର୍ବତନ ପାଟଣାଗଡ଼ ବିଧାୟକ ତଥା ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ କୁଶ ପୁତଳୀକା ଦାହ କରିଥିଲେ । ଦୁଇଦିନ ତଲେ ଦିଶା ବୈଠକରେ ଜିଲ୍ଲାପାଳ ଙ୍କ ଉପସ୍ଥିତି ବିଳମ୍ବକୁ ନେଇ ବର୍ଷିଥିଲେ ସାଂସଦ ସଂଙ୍ଗୀତା କୁମାରୀ ସିଂ ଦେଓ । ଏଥିସହ ବୈଠକରେ ଜିଲ୍ଲାପାଳ ଙ୍କୁ ସମୟାନୁ ବର୍ଦ୍ଧିତର ପାଠ ପଢାଇ ଥିଲେ ସାଂସଦ । ବୈଠକରେ ସାଂସଦଙ୍କ ଉଚ୍ଚାରଣ ଓ ବ୍ଯବହାରକୁ ନେଇ ବ୍ଳକ ଅଧ୍ଯକ୍ଷ ମାନେ ଅସନ୍ତୋଷ ବ୍ଯକ୍ତି କରିବା ସହ ବୈଠକ ବର୍ଜନ କରିଥିଲେ । ବିଭିନ୍ନ ବିଭାଗ ଉପରେ ସାଂସଦ ସମିକ୍ଷା କରିବା ସହିତ ପ୍ରଶାସନୀକ ଅଧିକାରୀଙ୍କୁ ଦୁର୍ବ୍ଯବହାର କରିବା ସହ ପାଟଣାଗଡ଼ ବ୍ଳକ ଅଧ୍ଯକ୍ଷ ନୀଳକାନ୍ତ ବାଗଙ୍କୁ ‘ଗେଟ ଆଉଟ୍’ ବୋଲି ସାଂସଦ କହିଥିବା ଅଭିଯୋଗ ଆଣିଛନ୍ତି ପାଟଣାଗଡ ବ୍ଲକ ଅଧ୍ଯକ୍ଷ । ସେହିପରି ବେଳପଡା ବିଡିଓଙ୍କୁ ପାଟଣାଗଡ଼ ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ସର୍ବ ସମ୍ମୁଖରେ ଚାକର ବୋଲି କହିବା ସହ ତାଙ୍କୁ ଅପମାନ କରିଥିବା ନେଇ ବେଳପଡା ବ୍ଳକ ଅଧ୍ଯକ୍ଷା ଟିନା କୁମ୍ଭାର । ଏହି ସବୁ ଘଟଣାକୁ ନେଇ ପାଟଣାଗଡ଼ ବିଜେଡି କାର୍ଯ୍ଯାଳୟରେ ପାଟଣାଗଡ଼, ବେଳପଡା ଓ ଖପ୍ରାଖୋଲ ବ୍ଳକ ଅଧ୍ଯକ୍ଷ ଅଧ୍ଯକ୍ଷା ମିଶି ଏକ ସାମ୍ବାଦିକ ସମ୍ମୀଳନୀ କରିବା ସହ ସାଂସଦ ସଂଙ୍ଗୀତା କୁମାରୀ ସିଂ ଦେଓ ପାଟଣାଗଡ଼ ବ୍ଳକ ଅଧ୍ଯକ୍ଷ ନୀଳକାନ୍ତ ବାଗକୁ ୨ ଦିନ ଭିତରେ କ୍ଷମା ନ ମାଗନ୍ତି ପାଟଣାଗଡ଼ ରେ ରାସ୍ତା ରୋକ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବ୍ଳକ ଅଧ୍ଯକ୍ଷ ନୀଳକାନ୍ତ ବାଗ ଚେତାବନୀ ଦେଇଛନ୍ତି । ପୂର୍ବ ଘଟଣାକୁ ନେଇ ସାମ୍ବାଦିକ ମାନେ ପ୍ରଶ୍ନ କରିବା ପରେ ଦୁଇଟି ପ୍ରଶ୍ନର ଉତ୍ତର ରଖିବା ସହ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ନ ରଖି ପ୍ରଶ୍ନକୁ ଏଡାଇବା ଚେଷ୍ଟା କରି ‘NO MORE QUESTION’ କହି ତିନି ବ୍ଳକର ଅଧ୍ଯକ୍ଷ ଉଠି ଚାଲିଯାଇଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026