Home ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା ଗଙ୍ଗାଧର ମେହେର ଙ୍କ ପବିତ୍ର ପୀଠ ବରପାଲି ରେ । ଆଜି ବରଗଡ ଜିଲ୍ଲା ରେ ଶେଷ ହୋଇ ପହଞ୍ଚିଲା ସୋନପୁର ଜିଲ୍ଲା ସୀମା ରେ । ୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ / ବରପାଲି :- ଆଜି ବରପାଲି ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଭାରତ ଯୋଡୋ ପଦଯାତ୍ରା ଦଳ ସହ ବରପାଲି ରେ ପହଞ୍ଚିବା ପରେ ତାଙ୍କୁ କଦଳୀ ପାଲି ମହାଦେବ ମନ୍ଦିର ସମ୍ମୁଖ ରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଭିଷେକ ସେଟ୍, କାଉନସିଲର ତଥା ନଗର କଂଗ୍ରେସ ସଭାପତି ସରୋଜ ଭୋଇ, ଗାଇସିଲେଟ ବ୍ଲକ କଂଗ୍ରେସ ସଭାପତି ଘନଶ୍ୟାମ ପାତ୍ର,ବରପାଲି ବ୍ଲକ୍ କଂଗ୍ରେସ ସଭାପତି ଫକିର ପ୍ରଧାନ, ସିଦ୍ଦିକି ହୁସେନ, ଶରତ ଶା, ବିଘ୍ନ ମେହେର ପ୍ରମୁଖ ସ୍ବାଗତ କରିଥିଲେ।ଏହାପରେ ଶରତ ପଟ୍ଟନାୟକ ଙ୍କ ନେତୃତ୍ବ ରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ସେଠାରୁ ବାହାରିଥିଲା। ରାସ୍ତାରେ ଶ୍ରୀ ପଟ୍ଟନାୟକ କଚେରି ଛକ ରେ ଡ. ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ବାଜା ଗାଜା ସହ ପଦଯାତ୍ରା ଆଗକୁ ବଢିବା ସହ ଗାନ୍ଧୀ ଛକ ଠାରେ ବରପାଲି କୁସ୍ତି ସଂଘ ପକ୍ଷରୁ ଶ୍ରୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ଶ୍ରୀ ପଟ୍ଟନାୟକ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ କୁସ୍ତି ସଂଘ ପକ୍ଷରୁ ଆଖଡ଼ା ପ୍ରଦର୍ଶନ କରିଥିଲେ।ପରେ ପଦଯାତ୍ରା ଆଗକୁ ବଢିଥିଲା ।ଶ୍ରୀ ପଟ୍ଟନାୟକ ଙ୍କ ସମେତ କଂଗେସ ନେତୃବୃନ୍ଦ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ରେ ଯାଇ ମାଲ୍ୟାର୍ପଣ କରିଥିଲେ।ସେଠାରୁ ପଦଯାତ୍ରା ଆରମ୍ଭ ହୋଇ ଆଗକୁ ବଢିଥିଲା।ସ୍ଥାନୀୟ ମେହେର କବି ପଡ଼ା ସମ୍ମୁଖରେ ମେହେର ସମାଜ ପକ୍ଷରୁ ତୁଳସୀ ରାମ ମେହେର , ସୁରେନ୍ଦ୍ର ମେହେର ପ୍ରମୁଖ ଶ୍ରୀ ପଟ୍ଟନାୟକ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ପଦଯାତ୍ରୀ ଦଳ କଇରାଟିକ୍ରା ପାଖରେ ପହଞ୍ଚିବା ପରେ ପଡ଼ାବାସୀ ଙ୍କ ପକ୍ଷରୁ ମହିଳା ମାନେ ଶ୍ରୀ ପଟ୍ଟନାୟକ ଙ୍କ ଗୋଡ଼ ଧୋଇ ସମ୍ବର୍ଦ୍ଧିତ କରିଥିଲେ।ପରେ ପରେ ଏହି ପଦଯାତ୍ରା ଗଙ୍ଗାଧର ମେହେରଙ୍କ ସମାଧି ପୀଠ ରେ ପହଞ୍ଚିଥିଲା। ସେଠାରେ ଶ୍ରୀ ପଟ୍ଟନାୟକ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ଆଜିକାର ତଥା ବରଗଡ ଜିଲ୍ଲା ର ଭାରତ ଯୋଡୋ ଯାତ୍ରା ର ସମାପ୍ତି ଘଟିଥିଲା। ଏହାପରେ ପଦଯାତ୍ରୀ ଦଳ ବରଗଡ ଓ ସୋନପୁର ଜିଲ୍ଲା ସୀମା ଚିନାଯୁରି ଠାରେ ଅବସ୍ଥାନ କରିଛି।ଆସନ୍ତା କାଲି ସକାଳେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ରୁ ପଦଯାତ୍ରା ଆରମ୍ଭ ହୋଇ ବଲାଙ୍ଗୀର ଜିଲ୍ଲା ଅଭିମୁଖେ ଯାତ୍ରା କରିବ।ଆଜିର ଏହି ପଦଯାତ୍ରା ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ଭାରତ ଯୋଡୋ ପଦଯାତ୍ରା କାର୍ଯ୍ୟକ୍ରମ ର ସଂଯୋଜକ ମାନସ ଚୌଧୁରୀ,କଂଗ୍ରେସ ନେତା ପ୍ରଦୀପ ଦେବତା, ନିପନ ଦାଶ , ପିସିସି ଅନୁସୂଚିତ ଜାତି ପ୍ରକୋଷ୍ଠ ମୁଖ୍ୟ ବାଙ୍କନିଧି ବେହେରା,ବରିଷ୍ଠ ନେତା ଗୌନ୍ତିଆ ସାହୁ, ଯୁଗଳ ପ୍ରସାଦ ସିଂ,ହରଦିପ ସିଂ, ସରୋଜ ଷଡ଼ଙ୍ଗୀ, ବ୍ରହ୍ମାନନ୍ଦ ମହାକୁଡ, ଶୁଭେନ୍ଦୁ ସାହୁ,ପାଣ୍ଡବ କର୍ଣ୍ଣ, ଦିଲୀପ ନନ୍ଦ,ରବି ପଣ୍ଡା, ମୋତିଲାଲ ଦାଶ,ପ୍ରତାପ ନାୟକ,ସୁଶିଲ ଭୋଇ, ଅନିଲ ଅଗ୍ରୱାଲ, ରମେଶ ପଣ୍ଡା, ଶ୍ରୀମତୀ ସୁଧାରାଣୀ ସାହୁ ,ପିସିସି ଗଣମାଧ୍ୟମ ପ୍ରକୋଷ୍ଠ ର ସଂଯୋଜକ ଦୀପକ ମହାପାତ୍ର ,ଜ୍ଞାନ ପଟ୍ଟନାୟକ,ଭାରତ ଯୋଡୋ ଯାତ୍ରା ର ସେବଦଲ ର ପ୍ରଭାରୀ କୁଳମଣି ସାହୁ,ଅଜୟ ମହାନ୍ତି, ନରୋତ୍ତମ ନାୟକ,ସଞ୍ଜୟ ତ୍ରିପାଠୀ, କୈଳାଶ ସାହୁ, ଅଖିଳ ଭାରତ କଂଗ୍ରେସ ସେବାଦଳ ର ପ୍ରଭାରୀ ତଥା ଛତିଶଗଡ ର ପୂର୍ବ ବିଧାୟକ ଚେନ୍ ସିଂ ସାମଲ,ଭୋକାଲି ସେଠୀ,ସାଗର ପରିଡ଼ା ପ୍ରମୁଖ ସାମିଲ ଥିଲେ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ନୟାଗଡ଼ରେ ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ବିଜେଡି କର୍ମୀ by Proprietor Abhimanyu Maharana September 18, 2026 ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର by Proprietor Abhimanyu Maharana September 18, 2026 ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026