ଦୈନିକ ଖବରକାଗଜ ‘ସ୍ୱତନ୍ତ୍ର ବାର୍ତାର’ ପଂଚଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଆ ଦୈନିକ ଖବରକାଗଜ ‘ସ୍ୱତନ୍ତ୍ର ବାର୍ତାର’ ପଂଚଦଶ ବାର୍ଷିକ ଉତ୍ସବ ଆଜି ଭୁବନେଶ୍ୱର ୟୁନିଟ୍‌-୬ ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ‘ନେତାଜୀ ସୁଭାଷଙ୍କ ସ୍ୱପ୍ନ – ଜନତାଙ୍କ ହାତରେ ଶାସନ ଡ଼ୋରି’ ଶିର୍ଷକ ଏକ ଆଲୋଚନା ଚକ୍ର ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଓ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ, ମୁଖ୍ୟ ବକ୍ତା ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରୀପାଠୀ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା,

ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ, ପୂର୍ବତଟ ରେଳବାଇର ବରିଷ୍ଠ ଜନସମ୍ପର୍କ ଅଧିକାରୀ ତଥା ବିଶିଷ୍ଟ କବି ନିରାକାର ଦାସ ପ୍ରମୁଖ ବକ୍ତବ୍ୟ ରଖି ନେତାଜୀଙ୍କ ଭଳି ଜଣେ ଦୁର୍ଦ୍ଦଶ ଦେଶପ୍ରେମୀଙ୍କର କୌଣସି ବିକଳ୍ପ ନାହିଁ ବୋଲି ବକ୍ତାମାନେ ମତ ପୋଷଣ କରିବା ସହ ନେତାଜୀଙ୍କର ସ୍ୱପ୍ନ ଆଜିବି ପୂରଣ ହୋଇପାରୁନାହିଁ । ଭୋକ, ଭୟ ଓ ଭ୍ରଷ୍ଟାଚାର ରାଜୁତି କରୁଥିବା ଆମଦେଶରେ ନେତାଜୀଙ୍କ ଆଦର୍ଶ ଜେଭଳି କଣଠେଷା ହୋଇ ରହିଛି । ନେତାଜୀଙ୍କର ସ୍ୱପ୍ନ ଥିଲା ସ୍ୱାଧିନ ଭାରତର ପ୍ରତ୍ୟେକ ଜନଗଣ ସ୍ୱାଭିମାନର ସହ ବଂଚିବାକୁ ସୁଯୋଗ ପାଇବ ତାର ଯେଉଁ ସର୍ବନିମ୍ନ ଆବଶ୍ୟକତା ତାହାକୁ ପୂରର କରାଯାଇପାରିଲେ ନେତାଜୀଙ୍କ ସ୍ୱପ୍ନ ଫଳବତୀ ହୋଇପାରିବ । ସାଧାରଣ ମଣିଷ ସେହି ଅବସ୍ଥାକୁ ବୁଝି ନିଜର ହକ ପାଇଁ ଲଢ଼େଇ ଯାରି ରଖିଲେ ନିଶ୍ଚିତ ନେତାଜୀଙ୍କ ସ୍ୱପ୍ନ – ଜନତାଙ୍କ ହାତରେ ପ୍ରତିଷ୍ଠା କରାଯାଇ ଏବଂ ଏହି ବାର୍ଷିକ ଉତ୍ସବ ଅବସରରେ ‘ସ୍ୱତନ୍ତ୍ର ବାର୍ତା’ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଟ୍ଟନାୟକଙ୍କୁ “ଓଡ଼ିଆ ଭାଷା ସଂଗ୍ରାମୀ ସମ୍ମାନ -୨୦୨୩” , “ଜନବାଦୀ ଲେଖକ ସମ୍ମାନ -୨୦୨୩” ତୁଷାରକାନ୍ତ ଶତପଥୀ, “ଆଦର୍ଶ କ୍ରୀଡ଼ା ପ୍ରଶିକ୍ଷକ ପ୍ରତିଭା ସମ୍ମାନ -୨୦୨୩” କିଶୋର ମାଣିଆ, “ଜନବାଦୀ ସାମ୍ବାଦିକ ସମ୍ମାନ -୨୦୨୩” ସୁରେନ୍ଦ୍ର ପାତ୍ର ଓ “ସ୍ୱତନ୍ତ୍ରବାର୍ତ୍ତା ଜନବାଦୀ ସାମ୍ବାଦିକ ସମ୍ମାନ -୨୦୨୩” ସୂର୍ଯ୍ୟମଣୀ ମିଶ୍ର ପ୍ରଦାନ କରାଯାଇଥିଲା ।

ଆଜିର ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବିଶିଷ୍ଠ ଆଇନ୍‌ଜୀବି ବିଭୁପ୍ରସାଦ ତ୍ରୀପାଠୀ ସଭାପତିତ୍ୱ କରିଥିଲେ ଓଡ଼ିଆ ଦୈନିକ ଖବରକାଗଜ ‘ସ୍ୱତନ୍ତ୍ର ବାର୍ତା’ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ନିଜ ବକ୍ତବ୍ୟରେ ଆଜି ର ଏହି ପଞ୍ଚଦଶ ତମ ବାର୍ଷିକ ଉତ୍ସବ ଅବସରରେ ଆମର ଅଗଣିତ ପାଠକ-ପାଠିକା, ସାମ୍ବାଦିକ, ପୃଷ୍ଠପୋଷକ ତଥା ବିଜ୍ଞାପନ ଦାତା ଓ ସ୍ୱତନ୍ତ୍ର ବାର୍ତ୍ତା ପରିବାର ସହ ଜଡ଼ିତ ପ୍ରତିଟି ବ୍ୟକ୍ତି ବିଶେଷଙ୍କ ନିକଟରେ ଋଣି । ଏହି ସହଯୋଗ ଓ ସମର୍ଥନ ଆମପ୍ରତି ଅତୁଟ ରହିଥାଉ, ଏହା ହିଁ କାମନା କରୁଅଛି ବୋଲି କହିଥିଲେ ।

Exit mobile version