Home ଓଡ଼ିଶା ସିିଇଡି ଦ୍ୱାରା ପଂଚାୟତ ଜନ ପ୍ରତିନିଧିମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୧ ଜାନୁଆରୀ ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପଂଚାୟତିରାଜ ପ୍ରତିଷ୍ଠାନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ତରଫରୁ ନିର୍ବାଚିତ ପଚାଂୟତ ଜନ ପ୍ରତିନିଧି ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଛି । ସେମାନଙ୍କୁ କ୍ଷେତ୍ରସ୍ତରରେ ଅନୁକରଣ ତାଲିମ୍ ଆୟୋଜନ ଓ ପରିଚାଳନା ନିମନ୍ତେ ପାରଦର୍ଶିତା ଓ ଦକ୍ଷତା ଥିବା ସଂସ୍ଥାମାନଙ୍କୁ ଚୟନ କରାଯାଇ ତାଲିକାଭୁକ୍ତ କରାଯିବା ସହ ଦାୟିତ୍ୱ ଦିଆଯାଇଛି । ଏହି କ୍ରମରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା , ନାଉଗାଁ , ଏର୍ସମା ଓ କୁଜଙ୍ଗ , ୪ ଗୋଚି ବ୍ଲକ୍ର ନିର୍ବାଚିତ ସରପଂଚ ଓ ସମିତି ସଭ୍ୟମାନଙ୍କୁ ତାଲିମ୍ ପ୍ରଦାନ ପାଇଁ ପରିବେଶ ଓ ବିକାଶ କେନ୍ଦ୍ର (ସି.ଇ.ଡ଼ି.)କୁ ଦାୟିତ୍ୱ ଦିଆଯାଇଛି । ଆଜି ଉକ୍ତ ସଂସ୍ଥା ତରଫରୁ ବାଲିକୁଦା ବ୍ଲକ୍ର ପୁରଣ ଗ୍ରାମସ୍ଥିତ ସି.ଇ.ଡ଼ି.ର ଗ୍ରାମ୍ୟ ସାଧନ କେନ୍ଦ୍ର “ଭୂମି” ପରିସରରେ ଏରସମା ଓ କୁଜଙ୍ଗ ବ୍ଲକ୍ର ନବ ନିର୍ବାଚିତ ଜନପ୍ରତିନିଧିମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ୫ ଦିନିଆ ତାଲିମ୍ କାର୍ଯ୍ୟକ୍ରମକୁ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟୱାରୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ବିଭାଗ ତରଫରୁ ନିର୍ଦ୍ଧାରତ ପ୍ରଶିକ୍ଷଣ ସୂଚୀଅନୁଯାୟି ସେମାନଙ୍କୁ ୫ ଟି , ମୋ ସରକାର , ସଶକ୍ତ ଗ୍ରାମସଭା , ମଧ୍ୟାନଭୋଜନ , ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଓ ଗ୍ରାମପଂଚାୟତ ବିକାଶ ଯୋଜନା , ଆର୍ଥିକ ପରିଚାଳନା , ପାନୀୟଜଳ ଯୋଗାଣ , ସ୍ୱଚ୍ଛଭାରତ ମିଶନ ,ମିଶନ ଶକ୍ତି , ସ୍ୱାସ୍ଥ୍ୟ , ପରିମଳ ,କୃଷି , ମଛ୍ୟପାଳନ ଅନ୍-ଲାଇନ ସେବା ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନାରେ ଗ୍ରାମପଂଚାୟତର ଭୁମିକା ଆଦି ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପରିଷଦ ନିର୍ବାହୀଅଧିକାରୀ ଡାଃ ରୁଦ୍ର ନାରାୟଣ ଦାସ ସହ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର , , କୁଜଙ୍ଗ ଓ ଏରସମା ବ୍ସକ୍ ବିଡିଓଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପରିବେଶ ଓ ବିକାଶ କେନ୍ଦ୍ର (ସି.ଇ.ଡ଼ି.) ପ୍ରକଳ୍ପ ନିର୍ଦ୍ଦେଶକ ଡ଼କ୍ଟର ପ୍ରଦୀପ ହରିଚନ୍ଦନ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ତାଲିମ୍ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content SDI Bhubaneswar @5 – Celebrating Five Years of the Permanent Campus by Proprietor Abhimanyu Maharana August 21, 2026 ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ by Proprietor Abhimanyu Maharana August 21, 2026 କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ by Proprietor Abhimanyu Maharana August 21, 2026 ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର by Proprietor Abhimanyu Maharana August 21, 2026 ଵ୍ରୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସୁଖଦୁଃଖ ପଚାରି ବୁଝିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କଲେ - ଦେବୀ ପ୍ରସାଦ ମିଶ୍ର by Proprietor Abhimanyu Maharana August 21, 2026