ମହିଳା ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

୨୧ ଜାନୁଆରୀ ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି  :- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ରାମଗିରି ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗତ 09.01.2023 ତାରିଖ ଠାରୁ ଆରମ୍ଭ ହୋଇଥିବା ବାଳିକା ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଇତି ମଧ୍ୟରେ ଗତକାଲି 19.01.2023 ତାରିଖ ଦିନ ଉଦଯାପିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟଦର୍ଶିନୀ ପଟ୍ଟନାୟକ ଏବଂ କାର୍ଯ୍ୟକ୍ରମ ସଂଯୋଜିକା ସୌଦାମିନୀ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମରେ 126 ଜଣ ପ୍ରଥମ ବର୍ଷର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ଆଠ ଦିନ ଧରି ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷା ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ଆତ୍ମସୁରକ୍ଷା କୌଶଳ ଶିକ୍ଷା ଦିଆଯିବା ସହ ସାମ୍ପ୍ରତିକ ଯୁଗରେ ଝିଅ ମାନଙ୍କ ପାଇଁ ଆତ୍ମସୁରକ୍ଷା ର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ବୁଝାଇଥିଲେ l ମାଷ୍ଟର ଟ୍ରେନର ଭାବେ ବିଦ୍ୟାଳୟର ପୁରାତନ ଛାତ୍ରୀ ରୀନା ପ୍ରଧାନ ନିୟୋଜିତ ହୋଇଥିଲେ l

Exit mobile version