ଗଞ୍ଜାମ – ଗଜପତି ସୀମା ଘାଟିରେ ବସ୍ ଦୁର୍ଘଟଣାରେ ୨ ମୃତ ୮ ଗୁରୁତର

୨୧ ଜାନୁଆରୀ ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିର :- ଗଜପତି ଜିଲାର ରାୟଗଡା ରୁ ପାତ୍ରପୁର ବ୍ଳକ ବୁରାତାଲକୁ ଆସୁଥିବା ଏକ ଯାତ୍ରିବାହୀ ବସ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ରୁ ଉଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତ୍ବର ହୋଇଛନ୍ତି । ମୃତ୍ୟୁ ଘଟିଥିବା ଯାତ୍ରୀ ଦ୍ବୟ ହେଲେ ମୋହନା ଥାନାର ସିଙ୍କୁଳିପଦର ଗ୍ରାମର ସରସ୍ବତା ବାରସିଂ (16) ଏବଂ ଦିଗପହଣ୍ଡି ବ୍ଳକର ଅରଖପଦା ଗ୍ରାମର ସୁମତି ରଇତ(28) ସୁଚନା ମୁତାବକ ଗଜପତି ଜିଲାର ରାୟଗଡା ରୁ ରଘୁନାଥ ନାମରେ ଏକ ମିନିବସ (ନଂ ଓଆର ୦୨ ବିବି ୯୭୭୭) ପାତ୍ରପୁର ବ୍ଳକର ବୁରାତାଲକୁ ଆସୁଥିଲା । ଗଞ୍ଜମ ସୀମାନ୍ତ ଝରଡାପଲ୍ଲୀ ନିକଟ ପୁରୁପାଣି ଘାଟି ତଳ ଅଂଶ ବୁଲାଣି ନିକଟରେ ଗାଡି ଭାରସାମ୍ୟ ହରାଇ ଗାଡିଟି ଘାଟି ତଳକୁ ଖସିଯାଥିଲା । ଜଣେ ଗାଡି ତଳେ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ କଚାଡି ହୋଇଯାଇ ପ୍ରାଣ ହରାଇଥିଲେ । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପାତ୍ରପୁର ଡାକ୍ତରଖାନାରେ ମୋଟ ୧୮ ଜଣ ଆହତଙ୍କୁ ଭତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଗୁରୁତ୍ବର ଥିବା ଅନିତା ଶବର, ଇପ୍ସିତା ପାର୍ବତୀ ନାୟକ ଓ ବାବୁଲା ଶବରଙ୍କ ବ୍ରହ୍ମପୁର ବଡ ଡାକ୍ତରର ଖାନାକୁ ସ୍ଥାନାନ୍ତର କରାଯାଇଥିବା ପାତ୍ରପୁର ଡାରକ୍ତଖାନାର ଭାରପ୍ରାପ ଚିକିତ୍ସାଧିକାରୀ ସୁଚନା ଦେଇଥିଲେ । ଆହତଙ୍କ ମଧ୍ୟରେ ଜଣେ ଛଟ ପିଲା ରହିଛି । ଗୁରୁତର ନଥିବା ଆହତଙ୍କୁ ପାତ୍ରପୁର ମେଡିକଲରେ ଚିକିତ୍ସା ଚାଲିଛି ।ଖବର ପାଇ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଖାରିଆଗୁଡା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଶତପଥୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଆହତମାନଙ୍କୁ ଦେଖିବା ପାଇଁ ପାତ୍ରପୁର ମେଡିକଲରେ ସମ୍ପର୍କୀୟଙ୍କ ପ୍ରବଳ ଭିଡ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରାଯାଇଛି । ଗାଡି ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ଚାଳକଙ୍କ ଭୂଲ ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଆଲୋଚନା ହେଉଛି । ପୁଲିସ ଦୁଇ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

Exit mobile version