୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ପାଇଁ ବାର୍ଷିକ ଜ୍ଞାନ ବଂଟନ ସେମିନାର “ଇଭଲ୍ଭ”ର ସପ୍ତମ ସଂସ୍କରଣକୁ ଭୁବନେଶ୍ୱରରେ ଆୟୋଜନ କରାଯାଇଛି । ଚଳିତ ସଂସ୍କରଣର ବିଷୟବସ୍ତୁ ଥିଲା “ଭାରତୀୟ ଏସ୍ଏମ୍ଇ: ପରବର୍ତୀ ସ୍ତରର ଅଭିବୃଦ୍ଧି ପାଇଁ ଗିୟର ପରିବର୍ତନ’ ଏବଂ ଉପ ବିଷୟବସ୍ତୁ ଥିଲା “ଭାରତୀୟ ଏସଏମଇ ଗଠନ କରିବା ଲାଗି ଡିଜିଟାଲ୍କରଣ ଏବଂ ଦୁନିଆର ନୂଆ ଢାଂଚାରେ ଏସ୍ଏମ୍ଇ ପାଇଁ ରପ୍ତାନି ସୁଯୋଗ ।
ଏହି ସେମିବାରରେ ଆକ୍ସିସ୍ ବ୍ୟାଙ୍କର ସଭାପତି-କମର୍ସିଆଲ ବ୍ୟାଙ୍କିଙ୍ଗ କଭରେଜ୍ ଗ୍ରୁପ୍ (ସିବିଜି), ସିଏସ୍ଏମ୍ ଟେକ୍ନୋଲୋଜିସ୍ର ପ୍ରତିଷ୍ଠାତା ଓ ସିିଇଓ ଶ୍ରୀ ପ୍ରିୟଦର୍ଶୀ ନାନୁ ପାଣି ଏବଂ ଭର୍ଚ୍ରୁଆଲ ଇନଫୋକମ୍ର ପ୍ରତିଷ୍ଠାତା ଶ୍ରୀ ଅରିଜିତ ଭଟ୍ଟାଚାର୍ଯ୍ୟ ସମ୍ବୋଧିତ କରିଥିଲେ । ଏମ୍ଏସ୍ଏମ୍ଇ ଗୁଡ଼ିକର ବଜାର ଉପସ୍ଥିତିରେ ଉନ୍ନତି ଆଣିବା ସହ ଲାଭକୁ ବଢ଼ାଇବା ଲାଗି ପ୍ରଯୁକ୍ତି ଓ ଡିଜିଟାଲାଇଜେସନ ମାଧ୍ୟମରେ ରପ୍ତାନିରେ କିଭଳି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରି ହେବ ତାହା ଉପରେ ଇଭଲ୍ଭର ସପ୍ତମ ସଂସ୍କରଣରେ ଆଲୋଚନା ହୋଇଥିଲା । 
ଇଭଲ୍ଭ ଜରିଆରେ ଶିଖିବା ଓ ଆଲୋଚନା କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏମ୍ଏସ୍ଏମ୍ଇମାନଙ୍କୁ ଏକ ମଂଚ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ସେମାନଙ୍କ ବ୍ୟବସାୟରେ ରୂପାନ୍ତରଣ ଆଣିପାରିବ । ଅକ୍ସିସ୍ ବ୍ୟାଙ୍କର କମର୍ସିଆଲ ବ୍ୟାଙ୍କିଙ୍ଗ୍ କଭରେଜ୍ ଗ୍ରୁପ୍ର ସଭାପତି ଶ୍ରୀ ସଂଗ୍ରାମ ସିଂହ କହିଛନ୍ତି ଯେ, “ଆମ ଦେଶର ଅଭିବୃଦ୍ଧିର ଇଞ୍ଜିନ ହେଉଛି ଏମ୍ଏସ୍ଏମ୍ଇ ବୋଲି ଆମର ଦୃଢ଼ ବିଶ୍ୱାସ ରହିଛି ଏବଂ ପ୍ରଗତିର ସହଯୋଗୀ ଭାବେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏମ୍ଏସ୍ଏମ୍ଇଗୁଡ଼ିକୁ ସେମାନଙ୍କ ବ୍ୟବସାୟ ସମ୍ପ୍ରସାରଣ କରିବା ଲାଗି ଉଭୟ ଆର୍ଥିକ ଓ ଅଣ ଆର୍ଥିକ ସହାୟତା ପ୍ରଦାନ କରୁଛୁ ।
