ଗୋଚର ଜାଗାରେ ପାଚେରୀ ନିର୍ମାଣକୁ ନେଇ ଫକିରପଡା ଗ୍ରାମ ବାସୀଙ୍କ ବିରୋଧ – ଟାୟାର ଜାଳି ରସ୍ତା ଅବରୋଧ

୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ଦାବି ନଶୁଣିବାରୁ ଉତ୍ତେଜିତ ହୋଇ ଗ୍ରାମବାସୀ ବାରଙ୍ଗ-ବାଙ୍କୀ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କଲେ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ତହସିଲ ଅନ୍ତର୍ଗତ ଫକିରପଡା ଗ୍ରାମରେ । ଫକିରପଡା ଗ୍ରାମର ସରକାରୀ ଗୋଚର ଜମିକୁ ଗ୍ରାମବାସୀ ଖେଳପଡିଆ ଭାବରେ ବ୍ୟବହାର କରୁଥିଲେ ।ଶାସକ ଦଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି , ନିଜ କିଣା ଜମିକୁ ଲାଗିଥିବା ଗୋଚର ଜମି ଖେଳପଡିଆକୁ, ନିଜ ଜମିରେ ମିଶାଇ ପଥର ପାଚେରୀ ନିର୍ମାଣ କରୁଥିବା ଘଟଣାକୁ ଫକିରପଡା ଗ୍ରାମବାସୀ ବିରୋଧ କରି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା । ଖବରପାଇ ଘଟଣା ସ୍ଥଳରେ କଟକର ଏଡିସିପି ସେକ ସରିଫି ଉଦିନ , ଯୋନ ୪- ଏସିପି ଚନ୍ଦନ ଘଡେଇ, ବାରଙ୍ଗ ଆଇଆଇସି ଆକାଶ ରଣା ପହଞ୍ଚି ରାସ୍ତା ଅବରୋଧ କାରୀଙ୍କୁ, ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ କାରୀମାନେ, ବାରଙ୍ଗ ତହସିଲଦାର ଆସି ଏହାର ସମାଧାନ କରନ୍ତୁ ଵୋଲି ଦାବି କରିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା କଟକ ଜିଲ୍ଲାପାଳ,ସଦର ଉପ ଜିଲ୍ଲାପାଳ, ବାରଙ୍ଗ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଗତ ୧୬ ତାରିଖ ଦିନ ଏନେଇ ସ୍ଥାନୀୟ ବାସିନ୍ଦା ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତହସିଲଦାର ସ୍ଥାନୀୟ ବାସିନ୍ଦା ଙ୍କୁ ପ୍ରତିଶ୍ରୁତି ଦେଇଥିଲେ ୧୭ ତାରିଖ ଦିନ ଜମିର ସୀମା ନିର୍ଦ୍ଧାରଣ କରି ସାରିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ନିଜସ୍ୱ ଜାଗାରେ ପାଚେରୀ ନିର୍ମାଣ କାର୍ଯ୍ୟ କରିବେ ।କିନ୍ତୁ ତହସିଲଦାର ଜମି ସୀମା ନିର୍ଦ୍ଧାରଣ କରିନଥିବା ସ୍ଥଳେ ଉକ୍ତ ବ୍ୟକ୍ତି ଜଣଙ୍କ, ଶୁକ୍ରବାର ଦିନ ସରକାରୀ ଜାଗାରେ ପଥର ପାଚେରୀ କାମ ଚାଲୁ ରଖି ଥିବାରୁ ସ୍ଥାନୀୟ ଅଧିବାସୀ ରାସ୍ତା ଅବରୋଧ କରି ଆନ୍ଦୋଳନକୁ କରିବାକୁ ବାଧ୍ୟ ହୋଇଥିଲେ । ତହସିଲଦାର ସଂକଳ୍ପ ସ୍ଵସ୍ତିକ ସାହୁ, ଉପ ଜିଲାପାଳ ପହଁଚି ରାସ୍ତା ରୋକ କରିଥିବା ଲୋକଙ୍କୁ ବୁଝା ଶୁଝା କରିବାରୁ ଗମନାଗମନ ସ୍ୱାଭାବିକ ହୋଇଥିଲା ।

Exit mobile version