ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ

୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :-  ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଚାଲିଥିବା ସପ୍ତାହ ବ୍ୟାପୀ ସଡ଼କ ସୁରକ୍ଷା ସପ୍ତାହ ଆଜି ଉଦଯାପନୀ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଜେନିଥ୍ ସାବୁଆ ମାଝୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ଶ୍ରୀ କୃତ୍ତିବାସ ରାଉତ ଅତିରିକ୍ତ ଜିଲ୍ଲାପାଳ, ବରଗଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥବା ବେଳେ ASP ପ୍ରଦ୍ୟୁମ୍ନ. କେ. ମିଶ୍ର,ଯଶବୀର ସିଂ ସାଇନି ନିର୍ଦେଶକ AEM ସ୍କୁଲ, ଟ୍ରାଫିକ IIC ସବିତା ସେଠୀ DIPRO କଲ୍ୟାଣୀ ଦାଶ , MVI ସୁଷମା ସାହୁ ସମ୍ମାନିତ ଅତିଥି ଭାବରେ ମଂଚାସୀନ ଥିଲେ ।ଏହି ଅବସରରେ ସମସ୍ତେ ସଡ଼କ ର ନିୟମ ମାନିବା, ହେଲମେଟ ଓ ସିଟ ବେଲ୍ଟ ବ୍ୟବହାର, ଦ୍ରୁତ ଗତି ରେ ନଯିବା, ମଦ୍ୟ ପାନ ଓ ମୋବାଇଲ ଫୋନ ବ୍ୟବହାର ସହିତ ଗାଡି ନ ଚଳାଇବା ଆଦି ବିଭିନ୍ନ ଦିଗ ଉପରେ ଜନ ସାଧାରଣ କୁ ସଚେତନତା ର ବାର୍ତ୍ତା ଦେଇଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ କୁ ଗୁଡ଼ ସମରିଟାନ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ନିମିତ୍ତ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଡ଼କ ସୁରକ୍ଷା ଜୀବନ ରକ୍ଷା ର ବାର୍ତ୍ତା ଦେଇ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Exit mobile version