ପ୍ରଥମ ବିଭୁତି ମେମୋରିଆଲ କ୍ରିକେଟ ପ୍ରତିଯୋଗିତା

୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ବ୍ଲକ ଅନ୍ତର୍ଗତ ଜମୁର୍ଡା ହାଇସ୍କୁଲ ପଡିଆରେ ଜମୁର୍ଡା କ୍ରିକେଟ ଆସୋସିଏସନ ତରଫରୁ ପ୍ରଥମ ବିଭୁତି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏହି ଟୁର୍ନାମେଣ୍ଟରେ ବରଗଡ , ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ୧୬ ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ସେମି ଫାଇନାଲ ରେ ଜେ.ପି. ଜମୁର୍ଡl ଦଳ ବରଗଡ କେ ଏମ ସିଟି ଦଳକୁ ପରାସ୍ତ କରି ଫାଇନାଲ କୁ ଉନ୍ନୀତ ହୋଇଥିଲା। ଦ୍ଵିତୀୟ ସେମି ଫାଇନାଲ ରେ ସମ୍ବଲପୁର ରେମେଡ଼ ଦଳ ସୋର୍ଣ୍ଣl ଦଳକୁ ପରାସ୍ତ କରି ଫାଇନାଲ କୁ ଉନ୍ନୀତ ହୋଇଥିଲା। ଫାଇନାଲ ମ୍ୟାଚ ରେ ପ୍ରଥମେ ଜମୁର୍ଡl ଦଳ ବେଟିଂ କରି ୧୦ ଓଭରରେ ୭୦ ରନ କରିଥିବା ବେଳେ ସମ୍ବଲପୁର ରେମେଡ଼ ଦଳ ୮ ଓଭରରେ ୫ ଓ୍ଵିକେଟ ହରାଇ ୭୧ ରନ କରି ଚାମ୍ପିୟନ ହୋଇଥିଲା।

ମ୍ୟାନ ଅଫ ଦି ସିରିଜ ଓ ଶ୍ରେଷ୍ଠ ଓ୍ଵିକେଟ ରକ୍ଷକ ଜମୁର୍ଡା ଦଳର ଦୀପକ ସାହୁ, ମ୍ୟାନ ଅଫ ଦି ମ୍ୟାଚ ଓ ଶ୍ରେଷ୍ଠ ବୋଳର ରେମେଡ଼ ଦଳର ଜଗତ ଓ ଶ୍ରେଷ୍ଠ କେଚ ସ୍ୱାଧୀନ କୁମାର ପୁରସ୍କୃତ ହୋଇଥିଲେ। ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ , ସମ୍ମାନିତ ଅତିଥି ଭାବରେ ବରଗଡ଼ ପଂଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ଉମେଶ ପଣ୍ଡା, ସରପଞ୍ଚ ଶ୍ରୀ ପଦ୍ମଲୋଚନ ପଧାନ, ସମାଜସେବୀ ଶ୍ରୀ କେଶବ ପ୍ରଧାନ, କମଗାଁ କଲେଜ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ପଟେଲ, ମାଷ୍ଟର ଏଥଲେଟ ଶ୍ରୀ ସନ୍ତୋଷ ପଧାନ, ବରଗଡ଼ ଧନୁଯାତ୍ରା ସେନାପତି ଶ୍ରୀ ବୃନ୍ଦାବନ ପଧାନ ପ୍ରମୁଖ ଯୋଗ ଦେଇଥିଲେ।

ସନାତନ ବାରିକ ଓ ପଦ୍ମଲୋଚନ ବାରିକ ଅମ୍ପାୟାର ଦାୟିତ୍ୱ ତୁଲାଇ ଥିଲେ । ସୁରେଶ ମିର୍ଧା, ନାରାୟଣ ବାଗ, ସୁନୀଲ ପ୍ରଧାନ ଓ ଗୋବିନ୍ଦ ସାହୁ.. କମେଣ୍ଟେଟର ଦାୟିତ୍ୱ ତୁଲାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ ଚମ୍ପିୟାନ ସମ୍ବଲପୁର ରେମେଡ଼ ଦଳ ଟ୍ରଫି ସହ ତିରିଶ ହଜାର ଟଙ୍କା ଓ ଉପ ବିଜେତା ଜମୁର୍ଡା ଦଳ ଟ୍ରଫି ସହ କୋଡିଏ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ।

Exit mobile version