Home ଓଡ଼ିଶା ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ ପାଇଲେ ଗାଳ୍ପିକ ସୁଧୀର ଧଙ୍ଗଡ଼ାମାଝୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ପ୍ରଦାନ କରାଯାଇଛି ‘ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ-୨୦୨୨’। ସାହିତ୍ୟ ପତ୍ରିକା ‘ଗଦ୍ୟାଂଶ’ ପକ୍ଷରୁ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଅଟାସପୁର ବେଳାଭୂମିରେ ଆୟୋଜିତ ଯୁବ ଗାଳ୍ପିକ ସାମାବେଶ ‘ଗଦ୍ୟାଂଶ ଉତ୍ସବ’ ଅବସରରେ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଉକ୍ତ ସାହିତ୍ୟ ଉତ୍ସବରେ ସାରା ଓଡ଼ିଶାରୁ ୫୦ରୁ ଉର୍ଦ୍ଧ୍ୱ ଯୁବ ଗାଳ୍ପିକ ଗାଳ୍ପିକା ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଗାଳ୍ପିକ ଡ. ଅଜୟ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଗାଳ୍ପିକ ଅମରେଶ ବିଶ୍ବାଳ, ବରେଣ୍ୟ ଅତିଥି ଭାବେ କବି ପ୍ରଶାନ୍ତ ଦାଶ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ବିକାଶ କୁମାର ଶତପଥୀ, ପ୍ରକାଶକ ତଥା କବି ବାଦଲ ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ମୁକୁନ୍ଦ ଶତପଥୀ, ଗାଳ୍ପିକ ତପନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ‘ଗଦ୍ୟାଂଶ’ର ସମ୍ପାଦକ କ୍ଷୀରୋଦ ବିହାରୀ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକକୁ ବେତାର ଉଦଘୋଷିକା ମିତା ପଟ୍ଟନାୟକ ପରିଚାଳନା କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026