୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ପଦ୍ମପୁର ବ୍ଳକ୍ ଅନ୍ତର୍ଗତଃ ଡଙ୍କାଶିକୁଳା ଗ୍ରାମାଞ୍ଚଳରେ ରାସ୍ତାର ଅସଂପୂର୍ଣ୍ଣ ହେତୁ ଗମନା ଗମନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୁଣପୁର ବ୍ଲକ୍ ର ଡମ୍ବସରା ପଞ୍ଚାୟତରୁ ଯେଉଁ ଏନ୍ ଏଚ୍ ଦେଇ ଖିଲାପଦର ରାସ୍ତା ମିଶୁଛି । ଏହି ଖିଲାପଦର ଗ୍ରାମ ଠାରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମୁଖ୍ୟ ରାସ୍ତାରୁ ଡଙ୍କାଶିକୁଳା ଗ୍ରାମ 4 କିଲୋମିଟର ଦୁରତା ରହିଛି । 
ସେଥି ମଧ୍ୟରୁ ଡଙ୍କାଶିକୁଳା ଗ୍ରାମ ପାଖରେ ରାସ୍ତାର ପଥୁରିଆ ଘୋଡି ଅଂଶ ସବୁ କ୍ଷୟ ହେବା ଫଳରେ ଯାନ ବାହନର ଯିବା ଆସିବା ଅସୁବିଧା ଭୋଗୁ ଥିବାର ଦେଖା ଦେଇଛି । ଏହି ରାସ୍ତାରେ ଶହ ଶହ ତିନି ଚକିଆ,ଚିରି ଚକିଆ,ଦୁଇ ଚକିଆ ଯାନ ବାହନ ଚଳାଚଳ ହେଉଥିବା ବେଳେ ଲୋକେ ବହୁତ ଅସୁବିଧା ଭୋଗୁ ଥିବାର ଜଣାପଡୁଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନା ଯେଉଁ ପାଞ୍ଚ ବର୍ଷକୁ ଥରେ ମରାମତି ହେଉଥିବା ବେଳେ ଆଜି ରାସ୍ତାର ପୂର୍ବାଅବସ୍ଥାକୁ କ୍ଷୟ କ୍ଷତି ହେବାର ସମ୍ଭାବନା ଦେଖା ଦେଇଛି । ଯେତିକି ଗାଡି ଗୋଡା ସୁବିଧାରେ ଲୋକେ ଯାତ୍ରା ପଥ ଯାଇଥିଲେ,ଏହି ମୂହୁର୍ତ୍ତରେ ସେହି ଭଳି ପରିସ୍ଥିତି ଯୋଗୁଁ ଯାହନ ବାହନ ଯାଇ ନ ପାରିବାରୁ ଚଲା ପଥରେ ଲୋକେ ଜିନିଷ,ପତ୍ର ନେବା ଆଣିବା କରୁଛନ୍ତି । ସେଥି ସକାଶେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ ଯାହା ଅସଂପୂର୍ଣ୍ଣ ରହିଛି ତାହା ଶୀଘ୍ର ରାସ୍ତା ମରାମତି କରାଇବା ନେଇ ପ୍ରଶାସନକୁ ଗ୍ରାମବାସୀ ଚେତାବନୀ କରୁଛନ୍ତି ।

