Home ଓଡ଼ିଶା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ଜାଲିଆତିରେ ପଣ୍ଡା ନର୍ସିଂହୋମ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ ପ୍ରତିନିଧି ଅମୂଲ୍ୟ ବାରିକଙ୍କ ରିପୋର୍ଟ :- ନବୀନ ବାବୁଙ୍କ ସରକାର ଗରିବ ଲୋକଙ୍କ ପାଇଁ, ଯେତୋଟି କଲ୍ୟାଣ ମୂଳକ ଯୋଜନା କରିଛନ୍ତି ତା ମଧ୍ୟରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସର୍ବୋତ୍ତମ। ଏକଥା ଆମେ କହୁନାହୁଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ, ବିରୋଧୀ ଦଳ ସମସ୍ତେ ସ୍ବୀକାର କରୁଛନ୍ତି। ଏହାର ସୁଯୋଗ ନେଇ କିଛି ଖଳପ୍ରକୃତି ର ଲୋକ ନକଲି ନର୍ସିଂହୋମ ଓ ଡାକ୍ତରଖାନା ଖୋଲି ସରକାରୀ ଟଙ୍କା ହଡପ୍ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଘଟଣା 5T ସଚିବଙ୍କ ନଜରକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଥମେ କଟକ ର ସାଉଥପଏଣ୍ଟ ନର୍ସିଂହୋମକୁ, କ୍ରାଇମବ୍ରାଞ୍ଚ ସିଲ୍ କରିବା ସହ ପାଞ୍ଚଜଣ କର୍ମଚାରୀଙ୍କୁ ଗିରଫ୍ କରିଛି। ଦ୍ବିତୀୟ ଅଭିଯୋଗ ଆସିଛି ଆଠଗଡର ପଣ୍ଡା ନର୍ସିଂହୋମ ବିରୁଦ୍ଧରେ। ଅଭିଯୋଗ ମିଳିବା ପରେ ପଣ୍ଡା ନର୍ସିଂହୋମ କୁ BSKY ତାଲିକାରୁ ବାଦ୍ ଦିଆଯାଇଛି। ସରକାରୀ ତଦନ୍ତ ଆରମ୍ଭ ହେବା ପରେ ଗତକାଲି ଠାରୁ ପଣ୍ଡା ନର୍ସିଂହୋମ ର ଡାକ୍ତର ଓ ମ୍ୟାନେଜରଙ୍କ ର ଦେଖା ମିଳୁନାହିଁ। ପଣ୍ଡା ନର୍ସିଂହୋମ ର BSKY କଣ୍ଟ୍ରୋଲ୍ ରୁମ ଓ ଅଧା କବାଟରେ ଚାବି ପଡିଥିବା ଦେଖିବାକୁ ମିଳୁଛି। ଖୁବ୍ ଶୀଘ୍ର ପଣ୍ଡା ନର୍ସିଂହୋମର ଲାଇସେନ୍ସ ବାତିଲ୍ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଆଠଗଡ ଓ ତିଗିରିଆ ଏବଂ ଏହାର ପାଖାପାଖି ନର୍ସିଂହୋମ ମାନଙ୍କ ଭିତରେ କୋକୁଆଭୟ ସୃଷ୍ଟି ହୋଇଛି। Categories: ଓଡ଼ିଶା, କଟକ, ହୋମ୍ Related Content ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026 ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ by Proprietor Abhimanyu Maharana June 21, 2026 ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ by Proprietor Abhimanyu Maharana June 21, 2026 ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026