ଚନ୍ଦ୍ରଗିରି , ମୋହନା, ଆର,ଉଦୟଦୟ ଖଜୁରିପଦା ଗୋଷ୍ଠୀକେନ୍ଦ୍ରରେ କାୟାକଳ୍ପ ଟିମ୍ ଗ୍ରସ୍ତ

ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲାର ବୁଧବାର ମୋହନା, ଚନ୍ଦ୍ରଗିରି ଓ ମଙ୍ଗଳବାର ଆର,ଉଦୟଗିରି ଓ ଖଜୁରିପଦାରେ କାୟାକଳ୍ପ ବିଭାଗର ତିନିଜଣିଆ ଟିମ ପହଞ୍ଚି ପରିଦଶନ କରିଥିଲେ । କାୟାକଳ୍ପ ଟିମର ଡ. ହେମନ୍ତ କୁମାର ଦାସ, ସମ୍ବିତ କୁମାର ବେହେରା ଓ ମୁତ୍ୟୁଞ୍ଜୟ ରଥଙ୍କ ସମେତ ଜିଲା ପ୍ରୋଗ୍ରାମ ମ୍ୟାନେଜର ସୌମ୍ୟା ଗୌଡ ପ୍ରମୁଖ ଗ୍ରସ୍ତ କରି ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି, ବିଭିନ୍ନ ଆନୁସଙ୍ଗକ ସୁବିଧା, ରୋଗୀ ଶଯ୍ୟା, ଶୌଚାଳୟ ଆବଶ୍ୟକୀୟ ଡାକ୍ତର ଓ ମେଡିକଲର ପରିବେଶ ଆଦିର ଯାଞ୍ଚ ପରେ ମେଡିକଲର ମାନ ନିଦ୍ଧାରଣ ଅନୁଯାୟୀ ମେଡିକଲର ବିକାଶମୂଳକ କାର୍ଯ୍ୟ ପାଇଁ ରାଜ୍ୟ ମଞ୍ଜୁର ହେବ । ଗତବର୍ଷ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରାଜ୍ୟରେ ପଞ୍ଚମ ସ୍ଥାନରେ ରହିଥିଲା । ଏହା ସହ ଇକୋଫ୍ରୋଣ୍ଡଲିରେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିଲା । ତେବେ ଚଳିତ ବର୍ଷ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରଟି ରାଜ୍ୟରେ ପ୍ରଥମ ସ୍ଥାନ ଗ୍ରହଣ କରିବ ବୋଲି ଆଶା ବାନ୍ଧିଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମଚାରୀ କାୟାକଳ୍ପ ଟିମ ଙ୍କ ପିରିଦର୍ଶନ ବେଳେ ଦାୟୀତ୍ବରେ ଥିବା ମେଡିକଲ ଅଫିସର ଉପସ୍ଥିତ ରହି ସହଯୋଗ କରିଥିଲେ । କାୟାକଳ୍ପ ଟିମ ପରିଦର୍ଶନ କୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ଆନୁସାଙ୍ଗିକ ସୁବିଧା ସହ ନାନା ପ୍ରକାର ସୁନ୍ଦର ସାଜସଜା କରାଯାଇଥିଲା ।

Exit mobile version