ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଡାକ୍ତରଖାନା ଉପର ମହଲା ନିମ୍ନ ମାନର ହେଉଥୁବା ଅଭିଯୋଗ ହେଉଛି । ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରି ନୂତନ କରି ନିର୍ମାଣ ହୋଇଥିବା ଉପର କୋଠାର କାନ୍ଥ ଗୁଡିକରେ ଫାଟ ଦେଖାଦେଉଥିବାରୁ ନିର୍ମାଣ କାମର ମାନ କୁ ନେଇ ଏବେ ଚର୍ଚ୍ଚା ହେଉଛି । ନିମ୍ନ ମାନର କାମ ଯୋଗୁଁ ଏପରି ହୋଇଥିବା ଲୋକେ କହୁଛନ୍ତି ।ଉଦ୍ଘାନ ପୂର୍ବରୁ ଏମିତି ଫାଟ ଦେଖି ଲୋକେ ଭୟବୀତ ଅଛନ୍ତି ।
ପ୍ରତିଦିନ ଡାକ୍ତରଖାନା ଉପରେ ହଜାର ହଜାର ଲୋକ ନିର୍ଭର କରୁଥୁବା ବେଲେ ସଂପୃକ୍ତ ଠିକାଦାର ଡାକ୍ତରଖାନା ଭଲି ଏକ ଜନପୂର୍ଣ୍ଣ କୋଠରୀ କୁ ନିମ୍ନ ମାନ ର କାମ କରି ହେରଫେର କରୁଥୁବାରୁ ଏବେ ଜନ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି ।ମିଲିଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ପିଡବ୍ୟୁ ଡି ରେ ଅଧିନରେ ବେଲପଡା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଡାକ୍ତରଖାନା ଉପରେ ନୂତନ କୋଠା ତିଆରି କରାଯାଉଛି । ସେଠାରେ ସୂଚନା ଫଳକ ନଥିବାରୁ କେତେ ଟଙ୍କାରେ ଅଟକଳ ମୂଳ୍ୟ ଟଙ୍କାରେ କଣ ପାଇଁ ନିର୍ମାଣ କରାଯାଇଛି ତାହା ଜଣାପଡୁନି ।ଅନ୍ୟପଟେ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଡାକ୍ତରଖାନା ନମିନୀ ଦାୟୀତ୍ୱରେ ଥିବା ସାଂସଦ ପ୍ରତିନିଧି ନରେନ୍ଦ୍ର କୁମାର ବୁଡେକ ।ବିଭାଗୀୟ ଅଧିକାରୀ ଏଦିଗରେ ଦୃଷ୍ଟିନଦେଲେ ଆଗାମି ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

