ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଶ୍ରୀକ୍ଷେତ୍ର ମହୋତ୍ସବ ପୁରୀ ର ଗର୍ବ ଓ ଗୌରବର ପ୍ରତୀକ । ତେଣୁ ଏହାକୁ ଆକର୍ଷଣୀୟ ଭାବେ ପାଳନ କରିବାକୁ ମତ ପ୍ରକାଶ ପାଇଛି।ବୁଧବାର ସଂଧ୍ୟାରେ ମୋଚି ସାହି ନୂଆ ତୋଟା ଜାଗା ଘର ଠାରେ ଆଗାମୀ ଶ୍ରୀକ୍ଷେତ୍ର ମହୋତ୍ସବ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଶ୍ରୀକ୍ଷେତ୍ର ମହୋତ୍ସବ ପୁରୀ ପାଇଁ ଅନେକ ମାନ୍ୟତା ରଖୁଥିବାରୁ ଓ ଜାଗା ଆଖଡା ମାନଙ୍କର ଦକ୍ଷତା ଓ ପ୍ରଦର୍ଶନ ଏଥିରେ ସାମିଲ ହେଉଥିବାରୁ ଏହାକୁ ଅଧିକ ଲୋକପ୍ରିୟ କରିବାକୁ ମତ ଦେଇଥିଲେ। 
ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀକ୍ଷେତ୍ର ମହୋତ୍ସବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରୁଛନ୍ତି । ଏଥିପାଇଁ ସରକାର ଙ୍କୁ ମଧ୍ୟ ସହଯୋଗ ପାଇଁ ଅନୁରୋଧ କରାଯାଇଛି। କଟକ ବାଲିଯାତ୍ରା ଓ ବରଗଡ଼ ଧନୁଯାତ୍ରା ପରି ଏହାକୁ ସରକାରଙ୍କ ବାର୍ଷିକ କ୍ୟାଲେଣ୍ଡରରେ ସାମିଲ ପାଇଁ ସଦସ୍ୟ ମାନଙ୍କ ଦାବି ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ନିଷ୍ପତ୍ତି ଅନୁସାରେ ଶରଧାବାଲି ଠାରେ ଚଳିତ ମାସ ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବ । ପ୍ରଥମ ଦିନ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ସେହିପରି ଅନ୍ୟାନ୍ୟ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଆମନ୍ତ୍ରଣ କରାଯିବ ।

