ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି ଙ୍କ ଉପସ୍ଥିତି ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସଭା ଗୃହ ଠାରେ ପାଟଣାଗଡ ଉପଖଣ୍ଡ ର ବିଭିନ୍ନ ସମସ୍ୟା ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି.ପାଟଣାଗଡ ସହରବାସୀ ଙ୍କ ପାଇଁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ବ୍ୟବସ୍ଥା, ଗ୍ରାମାଞ୍ଚଳ ର ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା,ଖୁରୀପାଣି ଗ୍ରାମର ପାଣି ରେ ଫ୍ଲୋରାଇଡ ସମସ୍ୟା ଥିବାରୁ ଗ୍ରାମବାସୀ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ତେଣୁ ସୁକତେଲ ନଦୀ ରୁ ଜଳ ଯୋଗାଣ ବ୍ୟବସ୍ଥା କରିବା, 
ପାଟଣାଗଡ ସହର ର ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବାଏପାଶ ରାସ୍ତା ନିର୍ମାଣ ତଥା ସର୍ଭେ,ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରି ରାସ୍ତା ତିଆରି କରିବା,ଗଙ୍ଗାଧର ପାର୍କ ର ସୌନ୍ଦର୍ଯ୍ୟକରଣ କରିବା,ପାଟଣାଗଡ ସହର ମଧ୍ୟରେ ବୁଲୁଥିବା ଗାଈ ଗୋରୁ ଙ୍କ ସୁରକ୍ଷା ପାଇଁ ଗୋଶାଳା ନିର୍ମାଣ କରିବା,ଗନ୍ଧମାର୍ଦ୍ଧନ ପର୍ବତ ରୁ ନିର୍ଝରିତ ବିଶୁଦ୍ଧ ଜଳ କୁ ଖପ୍ରାଖୋଲ ବ୍ଲକ ଏବଂ ବେଲପଡା ବ୍ଲକ ଅଧିନସ୍ଥ ଗ୍ରାମ ଗୁଡିକୁ ଜଳ ଯୋଗାଣ ର ଯୋଜନା କରିବା ପାଇଁ ଆଲୋଚନା କରାଯାଇ ଥିଲା l ବୈଠକ ରେ ପାଟଣାଗଡ ଉପ ଜ଼ିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି,ତହସିଲଦାର ଲକ୍ଷ୍ମଣ ମାଝୀ, ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଟଣାଗଡ ଗୌର ହରି ମହନ୍ତ ,ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ,ନିର୍ବାହୀ ଯନ୍ତ୍ରୀ ଜନ ସ୍ୱାସ୍ଥ୍ୟ ବିଭାଗ,ସହକାରୀ ନିର୍ବାହୀ ଯନ୍ତ୍ରୀ ପବ୍ଲିକ ୱlର୍କ ବିଭାଗ ଅରୁଣ ଟେଟେ,ବିଭାଗୀୟ କନିଷ୍ଠ ଯନ୍ତ୍ରୀ,ପାଟଣାଗଡ ସିଟିଜେନ କମିଟି ର ସଭାପତି ଘନଶ୍ୟାମ ମେହେର,ଇନ୍ଦୁଭୂଷଣ ଠାକୁର,ଆନନ୍ଦ ଯୋଶୀ,ଡମ୍ବରୁ ପାଣିଗ୍ରାହୀ, ରାଧେଶ୍ୟାମ ମିଶ୍ର,ରଂଜିତ ଛତର,ତ୍ରିନାଥ ଯୋଶୀ,ପ୍ରମୁଖ ଉପସ୍ଥିତ ଥିଲେ ।
