ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ବାରୁଆଁ (ବି) ରେ ସପ୍ତାହ ବ୍ୟାପି ଅନୁଷ୍ଠିତ ହେଉଥିବା ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହି ଶିବିରକୁ ସୂଚାରୁରୂପେ ପରିଚାଳନା କରିଥିବା ସଂଯୋଜିକା ଅଧ୍ୟାପିକା କନକଲତା ମହାକୁଡ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।
ଛାତ୍ରୀମାନେ ଶିକ୍ଷାଲାଭ କରିଥିବା କୌଶଳକୁ ନିଜର ସୁରକ୍ଷା ନିମନ୍ତେ ବାସ୍ତବରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଛାୟାକାନ୍ତ ବେହେରା , ଅଧ୍ୟାପିକା କନକଲତା ମହାକୁଡ , କ୍ରୀଡା ଅଧ୍ୟାପକ ଲକ୍ଷ୍ମଣ କୁମାର ରାଉତ , ମଧୁସୁଦନ ପ୍ରଧାନ , ପ୍ରତାପ କୁମାର ବାରିକ , ନୃସିଂହ ଚରଣ ବେହେରା , ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରଶିକ୍ଷିକା ଭାବେ ମାଷ୍ଟର ଟ୍ରେନର ଅମ୍ରିତା ସାହୁ ସମୁଦାୟ ୫୮ ଜଣ ଛାତ୍ରୀ ଙ୍କୁ ଜୁଡୋ , କରାଟେ ପ୍ରଶିକ୍ଷଣ ଦେଇଥିଲେ ।
