Home ଓଡ଼ିଶା ଭୁବନ କୃଷକ ସମାଜ ର ରୌପ୍ୟଜୟନ୍ତୀ ପାଳିତ : ଭୁବନରେ ଶୀତଳ ଭଣ୍ଡାର ନିର୍ମାଣ ହେବ – ନଗରପାଳ ଶୁଭେନ୍ଦୁ ସାହୁ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ କୃଷକ ସମାଜ ର ୨୫ ତମ ସ୍ୱନକ୍ଷତ୍ର ଉତ୍ସବ (ରୌପ୍ୟଜୟନ୍ତୀ) ସଭାପତି ବାସୁଦେବ ଗୁରୁ ଙ୍କ ଅଧ୍ୟକ୍ଷତାରେ କୃଷକ ସମାଜ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷକ ସମାଜ ର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ସମସ୍ତ ପ୍ରକାର କୃଷକ ହିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶୃତି ଦେଇଥିଲେ । ପ୍ରତି ବ୍ଲକରେ ଗୋଟିଏ ଲେଖାଁଏ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ତେଣୁ ନିକଟ ଭବିଷ୍ୟତରେ ନିଶ୍ଚିତ ଭାବେ ଭୁବନରେ ଏକ ଶୀତଳ ଭଣ୍ଡାର ନିର୍ମାଣ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଦେବବ୍ରତ ପୃଷ୍ଟି ବ୍ୟବସାୟ ଭିତିକ କୃଷି କୃଷକ ମାନଙ୍କ ଆର୍ଥକ ବୃଦ୍ଧିରେ ସହାୟ ହେବ ,ସରକାର ଏଥିପାଇଁ ସହାୟତା କରିବା ଉଚିତ ବୋଲି କହିଥିଲେ । ଭୁବନ ଅଂଚଳର ସହସ୍ରାଧିକ ଚାଷୀ ଭାଈମାନଙ୍କୁ ନେଇ ଗଠିତ ଭୁବନ କୃଷକ ସମାଜ ସର୍ବଦା କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି ବୋଲି ପୂର୍ବତନ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ମତବ୍ୟକ୍ତ କରିବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଂପାଦକ ସୁଶାନ୍ତ ଗୁରୁ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଉପସଭାପତି ଶ୍ରୀଧର ବେହେରା ପରିଚାଳନା କରିଥିବା ବେଳେ ବରିଷ୍ଠ ସଭ୍ୟ ଅଚ୍ୟୁତାନନ୍ଦ ମଲ୍ଲିକ , ଶେଷଦେବ ବେହେରା , ମନମୋହନ ସାହୁ , ଚୈତନ୍ୟ ପୃଷ୍ଟି , ଅନନ୍ତ ବେହେରା , ସତ୍ୟାନନ୍ଦ ପୃଷ୍ଟି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଏହି ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଭୁବନ ସମବାୟ ସମିତିର ସମସ୍ତ ସଭ୍ୟ , କାପୁଡିଆ ସମାଜ ଜିଲ୍ଲା ସଭାପତି ଖଗେଶ୍ୱର ନାୟକ , ବରିଷ୍ଟ ସଭ୍ୟ ନିତ୍ୟାନନ୍ଦ ସାହୁ , ବାଲିବୋ ସମବାୟ ସମିତି ସଭାପତି ମଳୟ ତ୍ରିପାଠୀ , ପାଣି ପଂଚାୟତ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ,ସମାଜସେବୀ ବିନୋଦ ମହାରଣା ଓ ଶତାଧିକ କୃଷକ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ by Proprietor Abhimanyu Maharana September 19, 2026 ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼ by Proprietor Abhimanyu Maharana September 19, 2026 ଶ୍ରୀନିବାସପୁର ଶାସନରେ ଗଣେଶ ପୂଜା ଅବସରରେ ଗଣେଶ ଗୀତିନାଟ୍ୟ by Proprietor Abhimanyu Maharana September 19, 2026 ଗିରିପାଲିରେ ବିଧାୟକ ପାଣ୍ଠିରେ ନିର୍ମିତ କମ୍ୟୁନିଟି ସେଣ୍ଟର ଲୋକାର୍ପିତ, ଲଖମନିରେ ବିଶ୍ୱକର୍ମା ପୂଜାରେ ସାମିଲ ହେଲେ ପ୍ରସନ୍ନ ଆଚାର୍ଯ୍ୟ by Proprietor Abhimanyu Maharana September 19, 2026 କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାଧାରଣ ବୈଠକ : ସ୍ୱଚ୍ଛତା ଓ ସହର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ by Proprietor Abhimanyu Maharana September 19, 2026 ପାରଳାଖେମୁଣ୍ଡି ସହରର ଗୁଣ୍ଟୁଆରୀ ସାହିରେ ଗଣେଶ ପୂଜା ଅବସରରେ କୁଙ୍କୁମ ପୂଜା ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ by Proprietor Abhimanyu Maharana September 19, 2026