Home ଓଡ଼ିଶା କପସିପାଲିରେ କପା କିଣାରେ ଚଞ୍ଚକତା ଅଭିଯୋଗ : ମାପରେ ଠକେଇ, ଥାନାରେ ମାମଲା ରୁଜୁ, ଦୁଇ ଜଣ ଅଟକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ମାତିଛନ୍ତି ଠକ ବେପାରୀ । କପା କିଣାରେ ଚଞ୍ଚକତା କରି ଲୁଟୁଛନ୍ତି ଚାଷୀଙ୍କୁ । ଏପରି ଏକ ଅଭିଯୋଗ ଆସିଛି ଓଡ଼ିଆପାଲି ପଞ୍ଚାୟତ କପସିପାଲି ଗାଁ କୁଲୁତା ପଡ଼ାରୁ । ଗାଁର ଚାଷୀମାନେ ନିଜ ଉତ୍ପାଦିତ କପାକୁ ସ୍ଥାନୀୟ ମଧ୍ୟସ୍ଥିଙ୍କ ଜରିଆରେ ମହାରାଷ୍ଟ୍ର ଅଞ୍ଚଳର ବେପାରୀଙ୍କୁ ବିକୁଥିବା ବେଳେ ବେପାରୀ ମାନେ ଚଞ୍ଚକତା କରି ଓଜନରେ ରିମୋଟ ଖଞ୍ଜି ଠକେଇ କରିବା ସହ ଓଜନ ପ୍ରତି ୧୦ରୁ ୨୦ କେଜି ଠକୁ ଥିବା ଅଭିଯୋଗ ହୋଇଛି । ଚାଷୀ ସରକାରୀ କ୍ରୟ କେନ୍ଦ୍ରରେ ବିକିବା ବଦଳରେ ସରକାରୀ ଦରରୁ ଅଧିକ ଦର ଦେବା କହି ଚାଷୀଙ୍କୁ ଠାକୁଥିଲେ ଠକ ଦଳ । ସୂଚନା ଅନୁସାରେ ମଙ୍ଗଳବାର ରାତିରେ କପସିପାଲି ଗାଁ କୁଲତାପଡାର ଚାଷୀ କୁମାର ସାହୁ କପାବିକ୍ରି କରୁଥିବା ବେଳେ ଓଜନ ପ୍ରତି ୧୦ କେଜି ଡାଏରୀରେ ରଖିଥିବା ରିମୋଟ ସାହାଯ୍ୟରେ କମ୍ କରୁଥିବା ଜାଣି ମଧ୍ୟସ୍ଥିକୁ ଅଟକ ରଖି ଖପ୍ରାଖୋଲ ପୋଲିସକୁ ଖବର ଦେଇଥିଲେ । ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମଧ୍ୟସ୍ଥି କୁଲତାପଡା ଗାଁର ଗୋବିନ୍ଦ ସାହୁ (୪୦) ଓ କଣ୍ଟାବାଞ୍ଜିର ଅକ୍ଷୟ ମେହେର (୪୫)ଙ୍କୁ କପା, ଓଜନ ଯନ୍ତ୍ର, ଟ୍ରକ୍ ସହ ଥାନାକୁ ଆଣିଥିଲେ । ମହାରାଷ୍ଟ୍ରର ବେପାରୀ ଜଣକ ଫେରାର ହୋଇଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୧୯/୨୩ରେ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ by Proprietor Abhimanyu Maharana September 17, 2026 Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC) by Proprietor Abhimanyu Maharana September 17, 2026 ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି by Proprietor Abhimanyu Maharana September 17, 2026 Vedanta Aluminium's Project Sangam Strengthens Irrigation Access in Rural Kalahandi by Proprietor Abhimanyu Maharana September 17, 2026 AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026