ଗାଜଲବାଡ଼ି ଘାଟି ରେ ଦୁଇ ବସ୍‌ ମୁହାଁମୁହିଁ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବାଲିଗୁଡା :-  କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥ ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ଟି ବସ୍‌ ମୁହାଁମୁହିଁ ପରିସ୍ଥିତି ହେବା ଫଳରେ ଉଭୟ ବସ୍‌ର ଯାତ୍ରୀ ମାନେ ବଡ ଅଘଟଣରୁ ରକ୍ଷା ପାଇଯାଇଛନ୍ତି । ଖବରପାଇ ନିକଟସ୍ଥ ସୋରଡ଼ା ପୋଲିସ ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡିଛ । ଘଟଣାରୁ ପ୍ରକାଶ ଯେ,ଦାରିଙ୍ଗବାଡି ରୁ ଏକ ସରକାରୀ ବସ ଭଞ୍ଜନଗର ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଘରୋଇ ବସ ଛତିଶଗଡ଼,ବିହାର ରାଜ୍ୟ ରୁ କିଛି ପର୍ଯ୍ୟଟକଙ୍କୁ ନେଇ ଦାରିଙ୍ଗବାଡି ଅଭିମୁଖେ ଯାତ୍ରା କରୁଥିଲା । ତେବେ ବାହାର ରାଜ୍ୟର ବସ୍‌ ଚାଳକ ଉକ୍ତ ଅଣ ଓସାରିଆ ଘାଟି ରାସ୍ତା ସମ୍ପର୍କରେ ଅଜଣା ରହିଥିବା ବେଳେ ୯ ନମ୍ବର ବୁଲାଣିରେ ସରକାରୀ ବସ୍‌ ସହ ମୁହାଁ ମୁହିଁ ହୋଇଥିଲା । ତେବେ ସରକାରୀ ବସ୍‌ର ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଧରଣର ଦୁର୍ଘଟଣା ଟଳିଯାଇଛ । ଘାଟିରେ ଛତିଶଗଡ଼ ବସ୍‌ଟି ଅଟକି ରହିଥିବାରୁ ଏବେ ସେହି ରାସ୍ତାରେ ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ, ସରକାରୀ ବସ୍‌ଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବା ଜଣାପଡିଛି l

Exit mobile version