
ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ ସଦରମହକୁମା ରେ ଥିବା ପଞ୍ଚୁପାଣ୍ଡବ ମହୋତ୍ସବ ପଡିଆ ପ୍ରସ୍ତୁତି ଏବଂ ନିର୍ମାଣଧିନ ଥିବା ନୂତନ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ କାର୍ଯ୍ୟ ତଦାରଖ କରିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲା ବିଧାୟକ ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ ସମୟରେ ବିଡ଼ିଓ ପ୍ରମୋଦ କୁମାର ନାୟକ ଉପସ୍ଥିତ ଥିଲେ । ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଫଳ ରୂପାୟନ ହେବା ସହିତ ମହୋତ୍ସବ ପଡିଆର ରୂପରେଖ ବଦଳିବାକୁ ଯାଉଛି । କେବଳ ପଡ଼ିଆ ର ରୂପରେଖ ନୁହେଁ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକ୍ ର କଳା , ଐତିହ୍ୟ, ସଂସ୍କୃତି ରାଜ୍ୟ ତଥା ଦେଶରେ ପ୍ରସାରିତ ହେବାକୁ ଯାଉଛି ।

