ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବଡ଼ଚଣା :- ଦୀର୍ଘ ଦିନ ପରେ ବହୁ ପ୍ରତିକ୍ଷିତ ନେଳିଆ ପଞ୍ଚାୟତ ର ନୂତନ ପଞ୍ଚାୟତ ଭବନ ର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ପଞ୍ଚାୟତ ଭବନ ର ନିର୍ମାଣ ଲାଗି ୨୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇ ଥିବା ଜଣାପଡିଛି । ତେବେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଙ୍କ କର କମଳ ରେ ଉଦ୍ଘାଟନ ହୋଇଥିବା ବେଳେ, 
ବଡଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ସେନାପତି, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ସମିତି ସଭ୍ୟା ଗୀତାଞ୍ଜଳି ବେହେରା, ଡି ଆର୍ ଡି ଏ ଉପଧକ୍ଷ ଗଣେଶ୍ୱର ବରାଳ, ବ୍ଲକ୍ ସଭାପତି ଅରବିନ୍ଦ ସାମଲ, ୧୬ ନମ୍ୱର୍ ଜୋନ୍ ଜିଲ ପରିଷଦ ଯଚିନ୍ଦ୍ର ନାୟକ , ସୋଲାର ସରପଞ୍ଚ ବିଜୟ ସ୍ୱାଇଁ, ଛତିଆ ପଞ୍ଚାୟତ ସମିତି ସଭ୍ୟ ଦୀପକ ସାହୁ, ସରପଞ୍ଚ ରମେଶ ପୃଷ୍ଟି,ବ୍ଲକ ସମ୍ପ୍ରସାରଣ ଅଧିକାରୀ ଅମୀୟ ରଞ୍ଜନ ନାଥ, ନେଳିଆ ପଞ୍ଚାୟତ ବିଜେଡ଼ି ସଭାପତି ଧୀରେନ୍ଦ୍ର ନାଥ ଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ କୁ ସଭାପତି ଧୀରେନ୍ଦ୍ର ନାଥ ପରିଚାଳନା କରିଥିଲେ ।

