ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମଞ୍ଚଳକୁ ଗମନାଗମନ କରାଇବାକୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରି ଆସୁଛନ୍ତି । ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆର. ଉଦୟଗିରି ବ୍ଳକ ମହକୁମା ଠାରୁ ମାତ୍ର ୫ କିମି ଦୂରରେ ଥିବା ଅନ୍ତରାଳି ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତା ନିର୍ମାଣ ନହେଲେ ଆଗାମୀ ଦିନରେ ଆଲୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । 
ଆର,ଉଦୟଗିରି ପଞ୍ଚାୟତଠାରୁ ତଥା ଆର.ଉଦୟଗିରି ତଥା ଆର,ଉଦୟଗିରି ବ୍ଳକ ମହକୁମା ଠାରୁ ରାଜ୍ୟ ସଡକ ଯୋଜନା ମୁଖ୍ୟ ରାସ୍ତାର ମାତ୍ର ୨ କିମି ଠାରୁ ଅନ୍ତରାଳି ଗ୍ରାମକୁ ଯିବା ପାଇଁ ଆବଡାଖାବଡା ପଥୁରିଆ, ପାହାଡିଆ ରାସ୍ତା ପଡେ । ଏହି ରାସ୍ତାରେ ୪ ଚକିଆ ଯାନ ବାହାନା ଚଳାଚଳ ହେଉନାହିଁ । ବାଇକରେ ଯିବା କଷ୍ଟକର ବ୍ୟାପାର । NHM ରାଜ୍ୟ ସଡକ ଯୋଜନା ମୁଖ୍ୟ ରାସ୍ତା ଠାରୁ ମାତ୍ର ୩ କିମି ଚାଲି ଚାଲି ଗଲେ ପଡିବ ଅନ୍ତରାଳି ଗ୍ରାମ ।
