୨୪ ଘଣ୍ଟା ମଧ୍ୟରେ ଚୋରକୁ ଠାବ କଲା ବାଲୁଗାଁ ପୋଲିସ

ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁର :- ବାଲୁଗାଁର ଜୈନିକବ୍ୟକ୍ତି ମେଘନାଦ ମହାରଣାଙ୍କର ଗତ ସୋମବାର ଦିନ ଏକ ଲେନୋଭୋ ଲାପଟପ୍ ଏବଂ ୧୦୦୦ ଟଙ୍କା ଚୋରି ହୋଇଥିବା ବାଲୁଗାଓଁ ଥାନାରେ ଅଭିଯୋଗ ହୋଇଥିଲା । ମାମଲା ଟି ୪୫୪ , ୩୮୦ ipc ଧାରା ଅନୁସାରେ ରୁଜ୍ଜୁକରାଯାଇଥିଲା ଯାହାକୁ ଭିତ୍ତି କରି ବାଲୁଗାଁ ପୋଲିସ ପକ୍ଷରୁ ତୁରନ୍ତ ତଦନ୍ତ କରାଯାଇ ଏକ ଡକାୟତି ଗ୍ୟାଙ୍ଗ ର ସନ୍ଧାନ ପାଇବାରେ ସକ୍ଷମ ହୋଇଥିଲେ । ପୋଲିସ ର ସନ୍ଦେହ ଅନୁସାରେ ଡକାୟତି ଗ୍ୟାଙ୍ଗ ଉପରେ ଚଢ଼ାଉ କରି ଚୋରି ହୋଇଥିବା ଲେନୋଭୋ ଲାପଟପ୍ ସହିତ ୧୦୦୦ ଟଙ୍କା ଜବତ କରାଯାଇଛି । ପୋଲିସ ଉକ୍ତ ଚୋର କୁ ବାଲୁଗାଁ ଥାନା ଅନ୍ତର୍ଗତ ବନାପୁର ଅଞ୍ଚଳରୁ ଗିରଫ କରିବା ସହ ଚୋରି ସାମଗ୍ରୀ କୁ ଜବତ କରିଥିଲା ତେବେ ଏଠି ସୂଚନା ଥାଉ କି ତଦନ୍ତରେ ବାଧାଚ୍ୟୁତ ହେବାର ଆଶଙ୍କା ରଖି ପୋଲିସ ପକ୍ଷରୁ ଚୋରର ନାମ ପ୍ରକାଶ କରାଯାଇନାହିଁ । ଉକ୍ତ ଚୋର କୁ କୋର୍ଟ ଚାଲାଣ କରାଯିବା ପରେ ଅଭିଯୋଗକାରୀ ଙ୍କୁ ଉକ୍ତ ଜବତ ସାମଗ୍ରୀ ଫେରାଇ ଦିଆଯାଇଛି ବୋଲି ଥାନାଧିକାରୀ ରଶ୍ମି ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି ।

Exit mobile version