ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବଲାଙ୍ଗୀର ଜିଲ୍ଲା :- ଖରିଆର ବ୍ଲକ୍ ଡେଭଲପମେଣ୍ଟ ଅଫିସର (ବିଡ଼ିଓ) ଶ୍ରୀ ନାରାୟଣ ସାହୁ ଙ୍କ ଘରେ ଓ କାର୍ଯ୍ୟାଳୟରେ ବଲାଙ୍ଗୀର ଜିଲ୍ଲା ଜଜ୍ ଙ୍କ ଠାରୁ ସର୍ଚ୍ଚ ୱାରେଣ୍ଟ ଜାରି କରି ଓଡିଶା ଭିଜିଲାନ୍ସ ଦ୍ୱାରା ଘର କାର୍ଯ୍ୟାଳୟ ଏକକାଳୀନ ଚଢ଼ାଉ ହୋଇଛି । ୩ ଡିଏସପି ,୧୦ ଇନ୍ସପେକ୍ଟର ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଧରି ଘର ଭିତରେ ଖୋଜା ଚାଲିଥିଲା । 
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଡିଓ ଙ୍କ ଘରୁ ନଗଦ ୩.୮୪ ଲକ୍ଷ ଟଙ୍କା , ଗୋଟାଏ ଚାରିଚକିଆ ହୁଣ୍ଡାଇ କାର ଓ ଦୁଇ ଟି ଦାମୀ ଦୁଇଚକିଆ ଯାନ ସହିତ ବିଭିନ୍ନ ଆଲିସାନ ଘର ଗୁଡ଼ିକ ଉପରେ ମଧ୍ୟ ଚଢ଼ାଉ ହୋଇଥିଲା ସେ ମଧ୍ୟରୁ ବଲାଙ୍ଗୀର ଜିଲ୍ଲା ରେ ଭାଟିକା ହୋଟେଲ ପଛପଟେ ଅବସ୍ଥିତ ଆବାସିକ ଘର, କୁସମେଲ ଗ୍ରାମରେ ଶ୍ରୀ ସାହୋ, ପି.ଏସ୍- ଲୋଇସିଂହା ରେ ଜନ୍ମସ୍ଥାନ , ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓଙ୍କ ଅଫିସ୍ ଚାମ୍ବର ,ଖରିଆରେ ଅବସ୍ଥିତ ସରକାରୀ ବାସଭବନ , ସାଦର ବ୍ଲକ ଅନ୍ତର୍ଗତ ବିଡିଘାଟରେ ତାଙ୍କ ସମ୍ପର୍କୀୟଙ୍କ ବାସଭବନ ଗୁଡିକରେ ଚଢ଼ାଉ ହୋଇଛି ଏବଂ ଅନ୍ୟାନ୍ୟ ସମ୍ପତି ର ସନ୍ଧାନ ଚାଲିଥିବା ବେଳେ ପରବର୍ତ୍ତୀ ରିପୋର୍ଟ ଅନୁସାରେ ବିଡ଼ିଓ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୁଚାଇ ଦିଆଯାଇଛି ।

