Home ଓଡ଼ିଶା ଡଟ୍ ଫେଷ୍ଟ୍ର ୩ୟ ଦିନରେ ନନ୍ଷ୍ଟପ୍ ମନୋରଞ୍ଜନ ସହରର ଉତ୍ସାହ ବୃଦ୍ଧି କରିଛି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଡଟ୍ ଫେଷ୍ଟ୍ର ୩ୟ ଦିନରେ ଦିବ୍ୟ କୁମାର, ନୀତି ମୋହନ ଓ ପ୍ରଜ୍ଞା ହୋତାଙ୍କ ଲାଇଭ୍ ପ୍ରଦର୍ଶନ ଦେଖିବାକୁ ମିଳିଛି । ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଡଟ୍ ଫେଷ୍ଟ୍ ନିଃସନ୍ଦେହରେ ଭୁବନେଶ୍ୱରବାସୀଙ୍କୁ ଏକ ଉତ୍ସାହଜନକ ଯାତ୍ରାରେ ଆଣିଛି । କାର୍ଯ୍ୟକ୍ରମର ପ୍ରଥମ ଦୁଇ ଦିନରେ ବହୁସଂଖ୍ୟକ ସ୍ଥାନୀୟ ବାସିନ୍ଦା ଓ ଅତିଥିମାନେ ଯୋଗ ଦେଇଥିବାବେଳେ ୩ୟ ଦିନରେ ପ୍ରାୟ ୧୧୦୦୦ ସ୍ଥାନୀୟ ଲୋକେ ଓ ପରିଦର୍ଶକ ଯୋଗ ଦେଇଥିଲେ । ଡଟ୍ ଫେଷ୍ଟ୍ର ୩ୟ ଦିନରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁଣିଥରେ ଏକ ନୂଆ ଓ ଆକର୍ଷଣୀୟ ଅବତାରରେ ଅତୁଳନୀୟ ପ୍ରଦର୍ଶନଗୁଡିକୁ ଦେଖିବାକୁ ମିଳିଥିଲା ଯେଉଁଠାରେ ଭାରତୀୟ ପ୍ରଚ୍ଛଦପଟ ଗାୟକ ଦିବ୍ୟ କୁମାର, ନୀତି ମୋହନ ନିଜର ସଙ୍ଗୀତ ମାଧ୍ୟମରେ ଭିଡକୁ ଆକର୍ଷିତ କରିଥିଲେ । ସେହିପରି ଲୋକପ୍ରିୟ ଓଡିଆ ଗାୟକ ପ୍ରଜ୍ଞା ହୋତା ଏକ ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଡଟ୍ ଫେଷ୍ଟ୍ରେ ଆୟୋଜିତ ଷ୍ଟୋରୀଟେଲିଙ୍ଗ୍ ଫେଷ୍ଟିଭାଲ ଭୁଫେଷ୍ଟୋ ସବୁ ବୟସ ବର୍ଗର ଲୋକଙ୍କ ମଧ୍ୟରେ ଆନନ୍ଦ ବିସ୍ତାର କରିଥିଲା କାରଣ ପ୍ରତିଷ୍ଠିତ ଚଳଚିତ୍ର ନିର୍ମାତା ଓ ସମାଜସେବୀ ନନ୍ଦିତା ଦାସ ଏକ ରୋମାଂଚକର କାହାଣୀ ସହ ମଂଚରେ ଉପସ୍ଥିତ ହୋଇଥିଲେ । ସ୍ଥାନୀୟ ଲୋକ ଓ ପରିଦର୍ଶକମାନେ ୨୪ଟି ଭାରତୀୟ ରାଜ୍ୟର ଆଂଚଳିକ ଖାଦ୍ୟ ସମେତ ହକି ବିଶ୍ୱକପ୍ରେ ଅଂଶଗ୍ରହଣ କରିଥିବା ୧୬ଟି ଦେଶର ସ୍ୱାଦିଷ୍ଟ ଖାଦ୍ୟର ମଜା ଉଠାଇଥିଲେ । ସେମାନେ ଓଡିଶାର ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟଗୁଡିକର ମଧ୍ୟ ସ୍ୱାଦ ଚାଖିଥିଲେ । ଡଟ୍ ଫେଷ୍ଟ୍ର ଅନ୍ୟ ଏକ ଆକର୍ଷଣ ନାଇଟ୍ ବଜାର/ଫ୍ଲି ମାର୍କେଟ୍ ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକମାନଙ୍କୁ ନିଜ ସାମଗ୍ରୀଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ବଡ ମଂଚ ପ୍ରଦାନ କରିବା ସହ ଭୁବନେଶ୍ୱରର ଶୀତୁଆ ରାତିକୁ ଆହୁରି ଜୀବନ୍ତ କରିଥିଲା । ଫ୍ଲି ମାର୍କେଟ୍ରେ ୧୨୦ରୁ ଅଧିକ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ରୀଗୁଡିକୁ ପ୍ରଦର୍ଶିତ କରାଯାଇଥିଲା । ଫ୍ଲି ମାର୍କେଟ୍କୁ ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶିତ କରିବା ଲକ୍ଷ୍ୟ ସହ ଆୟୋଜନ କରାଯାଇଥିଲା, ଯାହାକି ପରିଦର୍ଶକଙ୍କ ପାଇଁ ଏକ ସପିଙ୍ଗ୍ ଅନୁଭୂତି ଏବଂ ଏକ ଭିଡ ଆକର୍ଷଣକାରୀ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି । ଭୁବନେଶ୍ୱରର ଗୌରବମୟ ସହରୀ ଅତୀତ ଓ ଏହାର ରୂପାନ୍ତରଣକୁ ପାଳନ କରୁଥିବା ଏକ ଫଟୋ ପ୍ରଦର୍ଶନୀ ସେବେ-ଆଉ-ଏବେ (ଦେନ୍ ଆଣ୍ଡ୍ ନାଓ) ଡଟ୍ ଫେଷ୍ଟ୍ର ମୁଖ୍ୟ ଆକର୍ଷଣ ଭାବେ ବଜାୟ ରହିଛି । ଭୁବନେଶ୍ୱର ସହରର ସଂସ୍କୃତି ଓ ଐତିହ୍ୟର ଏକ ସାମଗ୍ରିକ ଅନୁଭୂତି ଦେବା ପାଇଁ ସିଟି ଟ୍ରେଲ୍ଗୁଡିକୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଫେବୃଆରୀ ୧୨ ତାରିଖ ,୨୦୨୩ ପର୍ଯ୍ୟନ୍ତ ଖୋଲା ଯାଇଛି ।‘ଚକ୍ ଦେ ଓଡିଶା’ ବିଷୟବସ୍ତୁ ଥିବା ଡଟ୍ ଫେଷ୍ଟ୍ର ୪ର୍ଥ ଦିନରେ ସ୍ଥାନୀୟ ଲୋକମାନେ ନିଜ ପସନ୍ଦର ଓଡିଆ କଳାକାରମାନଙ୍କ ପ୍ରଦର୍ଶନକୁ ଉପଭୋଗ କରିପାରିବେ । ଗାୟିକା ଲିସା ମିଶ୍ର, ସ୍ନିତି ମିଶ୍ର, ରୁତୁରାଜ ମହାନ୍ତୀ ଓ ଓଡିଆ ରାପର୍ ସମିର୍ ରିଶୁ ମହାନ୍ତି (ବିଗ୍ଡିଲ୍) ନିଜର ପ୍ରଦର୍ଶନ ସହିତ ଆସନ୍ତା ଜାନୁଆରୀ ୧୮ ତାରିଖରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବେ । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026