
ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୨ୟ ବର୍ଷଛାତ୍ରୀଙ୍କ ନିମନ୍ତେ ବିଦାୟକଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ପଙ୍କଜିନୀ ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ଇନ୍ଦିରା ଗାନ୍ଧୀ ମଳିହା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନା ଯୋଗଦେଇଥିଲେ । ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତ ସଭା ସଂଚାଳନା କରିଥିଲା ବେଳେ ଅତିଥିଭାବେ ବରିଷ୍ଠ ଅଧ୍ୟାପିକା ଲଳିତା ସାହୁ, ସସ୍ମିତା ଅଚାର୍ଯ୍ୟ, ଇପାଞ୍ଜଳି ନାୟକ, ଅଧ୍ୟାପକ ଚିତରଞ୍ଜନ ବଳ, ସୁବାସ ଚନ୍ଦ୍ର ସ୍ୱାଇଁ, ଗୋବର୍ଦ୍ଧନ ନାୟକ, ହୃଷିକେଶ ତ୍ରିପାଠୀ, ଅଧ୍ୟାପିକା ଅନିମା ପ୍ରଧାନ, ମମତାମୟୀ ଦାଶ, କଲ୍ୟାଣୀ ସୋରେନ ପ୍ରମୁଖ ଯୋଗଦେଇ ବିଦାୟୀ ଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ୨ୟ ବର୍ଷର ଛାତ୍ରୀମାନଙ୍କୁ ପୁଷ୍ପଗୁଛଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ପ୍ରଥମ ବର୍ଷର ଛାତ୍ରୀ ପୂର୍ଣ୍ଣମା ମହନ୍ତ, ମୋନାଲିସା ସାହୁ, ଶୁଭସ୍ମିତା ନାୟକ, ଜୟଶ୍ରୀ ପ୍ରିୟଦର୍ଶିନୀ ବାରିକ ପ୍ରମୁଖ ବିଦାୟୀସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ୨ୟ ବର୍ଷର ଛାତ୍ରୀ ସୋନିଆ ନାୟକ, ଲୋପାମୁଦ୍ରା ସାମଲ, ଅର୍ପିତା ପୃଷ୍ଟି, ରୀମାରାଣୀ ମଲିକ, ଅଙ୍କିତା ଦାସ, ରାଜଶ୍ରୀ ସାହୁ, ସୂଚିସ୍ମିତା ମଲିକ, ମାମାଲୀ ମହାନ୍ତି ପ୍ରମୁଖ ବିଦାୟୀ ଭାଷଣ ଦେଇଥିଲା ବେଳେ ଦୀପା ଜେନା, ଶୁଭଶ୍ରୀ ନାୟକ, ରାଶେଶ୍ୱରୀ ମହନ୍ତ, ମାମିନା ସାହୁ, ରେଶମା ବୋଇତେଇ, ସୁପ୍ରିୟା ଦଳେଇ, ପ୍ରିୟଙ୍କା ଜେନା, ସଞ୍ଜବନୀ ପାଢି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ପ୍ରଥମ ବର୍ଷର ଛାତ୍ରୀ ସ୍ୱର୍ଣ୍ଣଲକ୍ଷ୍ମୀ ସାହୁ ଧନ୍ୟବାଦ ଦେଇଥିଲା ବେଳେ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟଗୀତାଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଚାଳନାରେ ମୁଖ୍ୟକରିଣୀ କଲ୍ୟାଣି ପରିଡା, କ୍ଷୀରୋଦ ରାଉତ, ଶିବପ୍ରସାଦ ଦାସ, ବିନାୟକ ପାଢୀ, ଅଶୋକ କୁମାର ଭଞ୍ଜ, ରମେଶ ସ୍ୱାଇଁ, ବସନ୍ତ ସେଠୀ, ଅଚ୍ୟୁତା ନନ୍ଦ ମଲିକ, ପ୍ରଦୀପ ଦାସ, ଜୟପ୍ରକାଶ ଦାସ ପ୍ରମୁଖ ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।
