ଭାରତ ବିକାଶ ପରିଷଦ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ , ପୁରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତ ବିକାଶ ପରିଷଦ ର କ୍ଷେତ୍ରୀୟ ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ଖୁଣ୍ଟିଆ,ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ର ଅଧିକାରୀ ଭାସ୍କର ଚନ୍ଦ୍ର ମିଶ୍ର ଯୋଗ ଦେଇ କହିଥିଲେ ମାନବ ଜୀବନ ଏକ ଐଶ୍ୱରୀୟ ଅବଦାନ । ପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ପ୍ରତିଦାନ ର ଆଶା ନରଖି ଆମେ ଯାହାକୁ ନିର୍ମଳ ହୃଦୟରେ ଅନ୍ୟକୁ ଅର୍ପଣ କରିଥାଉ ତାହାକୁ ଦାନ କୁହାଯାଏ । ସଂସାରରେ କରା ଯାଉଥିବା ପ୍ରତେକ ଦାନ ଅପେକ୍ଷା ରକ୍ତଦାନ ମହତ ଦାନ । ସାମାନ୍ୟ ରକ୍ତ ( ଯାହା ସରି ଯାଏନି) ବିନିମୟରେ ଯଦି ଆଉଜଣେ ମରଣ ମୁଖୀ ନୂଆ ଜୀବନ ଲାଭ କରେ,ତେବେ ଏହାଠାରୁ ପୁଣ୍ୟ ଆଉକଣ ଥାଇ ପାରେ । ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ପୁରୀ ର ୩୫ ଜଣ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସ୍ବେଚ୍ଛାକୃତ ରକ୍ତ ଦାନ କରିଥିଲେ। ଦେଖିବାକୁ ମିଳିଲା 18 ବର୍ଷରୁ କମ ଛାତ୍ର ଓ ଛାତ୍ରୀ ମାନଙ୍କୁ ରକ୍ତ ଦାନ ବାରାନ କରାଗଲା l ଭାରତ ବିକାଶ ପରିଷଦ ର ମହିଳା ବାଲ ବିକାଶ କ୍ଷେତ୍ରୀୟ ସମ୍ପାଦିକା ସୁପ୍ରିତି ରଥ,ପ୍ରାନ୍ତ ସଂଗଠନ ସମ୍ପାଦକ ରାମଚନ୍ଦ୍ର ଦଳାଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ମହାନ୍ତି,ଗୌରାଙ୍ଗ ଚରଣ ମିଶ୍ର,ପିତାମ୍ବର ମହାପାତ୍ର,ଜୟନ୍ତୀ ମହାପାତ୍ର, କୋଷାଧକ୍ଷ ନିମାଇଁ ଚରଣ ସାହୂ ,ମନୋଜ ସାମନ୍ତରାୟ,ଶରତ ଜୟସିଂ,ଲାଲା ଅନନ୍ତ କୁମାର ସିଂହ,ଦ୍ବିବେନ୍ଦୁ ଘୋଷ,ଅନିତା ଜଗଦେଵ,ଶରତ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଦୀପକ କୁମାର ସାହୁ ,ମନୋରଂଜନ ଭୋଇ,ଅଭିପ୍ସା ପ୍ରିୟଦର୍ଶୀ ସ୍ୱାଇଁ,ଅମିତ ପାଢ଼ୀ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ । କାର୍ଯ୍ୟ କର୍ମ ଆରମ୍ଭ ରେ ସମୂହ ବନ୍ଦେ ମାତରଂ ଗାନ କରା ଯାଇଥିବା ବେଳେ ଶେଷ ରେ ରାଷ୍ଟ୍ରଗାନ ଗାନ କରାଯାଇଥିଲା ।

Exit mobile version